Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Iswara Chandra Sahu

Tragedy

3  

Iswara Chandra Sahu

Tragedy

କଲମ ମୋ ଗୁରୁ

କଲମ ମୋ ଗୁରୁ

1 min
429


କଲମ ମୋ ଗୁରୁ କହୁଛି ଅନ୍ତରୁ ତା ବିନା ନୁହେଁ ମୁଁ କିଛି

ତାକୁ ଧରି ହସ୍ତେ ଭାବିଣ ମନରେ ଅନେକ ଲେଖା ଲେଖୁଛି।(୧)


ଲେଖିବା ର ପାଇଁ ସହାୟ ହୁଅନ୍ତି ମୋତେ ମାଆ ସରସ୍ୱତୀ

ତାଙ୍କରି ଦୟାରେ ପ୍ରବନ୍ଧ ନାଟକ କଵିତା ଲେଖୁଛି ନିତି।(୨)


ଯାହା ମୁଁ ଲେଖିବା ପାଇଁକି କଲମ ଯେବେ ମୁଁ ଧଇଲେ ହାତେ

ମା ବୀଣାପାଣି ନ ଆସିଲା ପଦ କହି ଦେଉଛନ୍ତି ମୋତେ। (୩)


ପ୍ରଭୁ ଗଜାନନ ଲେଖିବା ର ବେଳେ ହୁଅନ୍ତି ମୋତେ ସହାୟ

 କଲମ ମୋ ଗୁରୁ ପ୍ରଭୁଙ୍କ ଦୟାରୁ ଲେଖେ ମୁଁ ହୋଇ ନିର୍ଭୟ।(୪)


ମାଗୋ ସରସ୍ୱତୀ ପ୍ରଭୁ ଗଣପତି ଦିଅ ମୋତେ ଆଶୀର୍ବାଦ

କରଯୋଡି ମୁଁହିଁ କରୁଛି ଗୁହାରି ନ ହେଉ କଲମ ସ୍ତବ୍ଧ। (୫)



Rate this content
Log in