STORYMIRROR

Iswara Chandra Sahu

Classics

3  

Iswara Chandra Sahu

Classics

ଶ୍ରୀ ମହାଦେବ ଭଜନ

ଶ୍ରୀ ମହାଦେବ ଭଜନ

1 min
118


ସ୍ୱର:- ଶଙ୍କରା ଭରଣ (ଅଖିଳ ବ୍ରହ୍ମାଣ୍ଡ ପତି)


ଜୟ ଜୟ ମହାଦେବ ଜଗତ କାରଣ

କରଯୋଡି ତବ ପାଦେ ପଶୁଛି ଶରଣ

ତୁମେ ପ୍ରଭୁ ଭଗବାନ

ଦିଅ ଶୁଭ ବୁଦ୍ଧି ମତେ ଦିଅ ଦିବ୍ୟଜ୍ଞାନ।(୧)


ଆହେ ଦେବ ମହାଦେବ ମୋ ବିନତି ଘେନ

ଦିଅ ବାରେ ଦରଶନ କରେ ନିବେଦନ

ପ୍ରଭୁ ମୋ ଗୁହାରି ଘେନ

ତବ ଦରଶନେ ହେବ ମୋ ଜୀବନ ଧନ୍ୟ।(୨)


କି ଦେଇ ପୂଜା କରିବି ନ ଜାଣେ ବିଧାନ

ଆକୁଳେ ଡାକୁଛି ପ୍ରଭୁ ଘେନ ମୋ ଜଣାଣ

ପ୍ରଭୁ ପାଦରେ ଶରଣ

ତୁମ ସେବା କରି ଯାଉ ମୋହର ଜୀବନ।(୩)


ଜୟ ଜୟ ମହାଦେବ ହେ ଭୋଳା ଶଙ୍କର 

ଦେବଙ୍କ ଉପରେ ଦେବ ପ୍ରଭୁ ମହେଶ୍ୱର

ଘେନ ମିନତୀ ମୋହର

ଦୟା କର ଏ ଅଧିନ ଯୋଡୁଅଛି କର।(୪)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics