STORYMIRROR

Iswara Chandra Sahu

Inspirational

3  

Iswara Chandra Sahu

Inspirational

କରୋନା ସଚେତନତା

କରୋନା ସଚେତନତା

1 min
11.7K


ଗୀତି କଵିତା


ଶୁଣ ଭାଇ ମୋର୍ ନିଵେଦନ, ଅବିକା ହେଇଛେ ଲକ୍ ଡାଉନ

ଆମର୍ ବଞ୍ଚ୍ ବାର୍ ପାଇଁ, ହେଇଛେ ରେ ଭାଇ (୨ଥର)

ସରକାରଙ୍କର ଏହି ଆଇନ ।୧। ଘୋଷା

କରୋନା ଆଉଛେ ଧାଇଁ, ଘରୁ କେହି ବାହାର ନାହିଁ

କରୋନା ଦମନ ହେବ ନିଶ୍ଚେ ଜାଣ (୨ଥର)

ଆମେ ସର୍ବେ ହୋଇଲେ ସଚେତନ।୨।

କରୋନା ଭାଇରସ୍ ର ଲକ୍ଷଣ, ଶୁଣ ଭାଇ ଦେଇଣ ମନ

ଶ୍ୱାସ କଷ୍ଟ ହୋଇ ଥଣ୍ଡା ଜ୍ୱର ହେଲେ (୨ଥର)

କରୋନା ଜନିତ ଏ ସଂକ୍ରମଣ।୩।

ଜ୍ୱର କାଶ କଫ ହୋଇଲେ, ଡାକ୍ତରଙ୍କୁ ଦେଖାଅ ଭଲେ

ନ ହୋଇ ନିରାଶ କରିବ ପ୍ରୟାସ (୨ଥର)

ଏକୁଟିଆ ଘରେ ରହିବ ଜାଣ।୪।

କେହି ନ ହୋ

ଇ ଭୟଭୀତ, ସର୍ବେ ଭାଇ ହେବା ଜାଗ୍ରତ

ବାରମ୍ବାର ନିଜ ହାତକୁ ଧୋଇବା (୨ଥର)

ଦେଇକରି ସାନିଟାଇଜ଼ର୍ ସାବୁନ।୫।

ନ ଛୁଇଁବା ପାଟିନାକ ଆଖିକୁ, ମାକ୍ସ ପିନ୍ଧି ଯିବା ପଦା କୁ

ପରସ୍ପର ମଧ୍ୟେ ଦୂରତା ରଖିବା (୨ଥର)

ପ୍ରାୟ ଏକ ମିଟର ବ୍ୟବଧାନ।୬।

କାଶିବା ଛିଙ୍କିବା ବେଳରେ, ଘୋଡାଇବା ନାକ ରୁମାଲ ରେ

ମିଶାଇବା ନାହିଁ କାହା ସହ ହାତ (୨ଥର)

ନମସ୍କାର ହେବା ଦୂରରୁ ଜାଣ।୭।

ଅତି ଆବଶ୍ୟକ ନ ହେଲେ, ବାହାରକୁ ନ ଯିବା ଭଲେ

ଆଇନକୁ ମାନ ହୁଅ ସଚେତନ (୨ଥର)

କରୋନା ହୋଇବ ନିଶ୍ଚେ ଦମନ।୮।

ସୁଖରେ ରହିବ ଆମ୍ଭ ଜୀବନ, ଶୁଣ ଭାଇ ମୋର ନିବେଦନ।


Rate this content
Log in

Similar oriya poem from Inspirational