STORYMIRROR

Iswara Chandra Sahu

Inspirational

3  

Iswara Chandra Sahu

Inspirational

ବର୍ଷା କହୁଛେ

ବର୍ଷା କହୁଛେ

2 mins
506

କେନେ ଲୁକିଛ ନାଇ ଆଉଛ ଆଗୋ ବର୍ଷା ରାନୀ

ଅଷାଢ ଯାଇ ସରାବନ୍ ହେଲା ନାଇ ବର୍ଷୁଛ ପାନି। ।୧।

ଚାଷୀ ତମ୍ କୁ ବାଟ୍ ଦେଖୁଛନ୍ କେଭେ ଆଏବ ଫେରି

ରୁଷା ଫୁଲା ଆର୍ ନାଇ କର ବର୍ଷି ଦିଅ ବାରି। ।୨।


ଇନ୍ଦ୍ରଦେବଙ୍କୁ କରୁଛୁ ପୂଜା ଆର୍ ଡେରି କର ନାଇ

ତମର୍ ବିନା ମର ବେ ସବେ ଡହକ୍ ବିକଳ୍ ହେଇ। ।୩।

ବର୍ଷା କହୁଛେ କେନ୍ତି ଜିମି ମର୍ କାଏଁ ଆଏତ୍ କହ

ଗଛର୍ ଲାଗି ବର୍ଷା ହେସି ଇଟା ସବେ ଜାନିଥ। ।୪।


ଯେତେ କହେଲେ ନାଇ ମାନୁଛ ଗଛ୍ କାଟି କଲ ପଦା

ଜଙ୍ଗଲ୍ କାଟି ବସେଇ ଦେଲ କାରଖାନା ହୁଦା ହୁଦା । ।୫। 

ତମେ ନି ମରବ ମରବା କିଏ ମତେ କାଏଁ ଦଉଛ ଦୋଷ୍

ପାଏନ୍ ପବନ୍ ଆର କିଛି ନି ପ ଉଡ଼୍ ବା ତମର ହୋସ୍ । ।୬।


ଯାହାତ କଲ ଗଛ୍ କାଟ୍ ଲ ଇଛେନ୍ ଶପଥ୍ ନିଅ

ଗୁଟେ ଲୋକ୍ କେ ଗୁଟେ ଗଛ୍ ଜଲ୍ ଦି ଯଗେଇ ଦିଅ । ।୭।

ଲ  ଇଟାନ ସମିଆଁ ଗଛ୍ ଲଗାବାର ରେଞ୍ଜରେ ମିଳୁଛେ ଚାରା 

ଗାଁ ଚାରିପାଖେ ଜଙ୍ଗଲ୍ କର ପାଏବ ପାନିର ଧାରା । ।୮।


ଠିକ୍ ବେଲା ରେ ବର୍ଷା ହେବା ଚାଷ୍ ନାଇ ହୁଏ କ୍ଷତି

ପାଏନ୍ ପବନ୍ ପାଏବ ସବୁ ନାଇ ଚିଏଁ ଖରା ତାତି । ।୯।

ସୁଧ୍ ରି ଯାଅ ସବେ ଭାଇ ନାଇଁ କାଟ ଗଛ୍ ନିତି

ଇଥିର ଲାଗି ଧରତି ମାତା କାନ୍ଦୁଛେ ଦିନ ରାତି ।।୧0


ଏତ୍ କି କହି ଘଡ଼ ଘଡେଇ ଆଏଲେ ବର୍ଷା ରାନୀ 

ରଝୋ ରଝୋ ଗର୍ଜି ଘୁମୁରି ବର୍ଷି ଦେଲେ ପାନି। ।୧୧।

କଳା କଳା ହେଇ ବାଦଳ୍ ଘୁଟିଛେ ଘୋଟ୍ କରିଛେ ମେଘ୍

ଚକ୍ ଚକ୍ ହେଇ ବିଜ୍ ଳି ମାରୁଛେ ଭଣ୍ଡାର କନେ ଦେଖ୍। ।୧୨।


ବେଙ୍ଗ ରଡୁଛେ କେଏଁ କଟର ଝିଙ୍କାରୀ ଝିଂ ଝିଂ

ବର୍ଷା ହଉଛେ ତୁହାକେ ତୁହା ପବନ୍ ମାରି ସିଇଁ। ।୧୩।

ଉଷତ୍ ମନେ ଚଷା ଖେତେ ଚାଷ୍ କରୁଛେ

ଘଡ଼୍ ଘଡି କେ ବେଙ୍ଗ ରଡି କେ ମୟୂର ନାଚୁଛେ । ।୧୪।


ଗଛ୍ ନାଇ କାଟୁଁ ଜାନ୍ ଲା ଆମେ ଚାଲ ଶପଥ୍ ନେମା

ଆମର ମଙ୍ଗଳ୍ ଲାଗି ସଭେ ଗଛ୍ ଗୁଟେ ଲଗାମା । ।୧୫।


Rate this content
Log in

Similar oriya poem from Inspirational