STORYMIRROR

Iswara Chandra Sahu

Children

3  

Iswara Chandra Sahu

Children

ଶ୍ରୀ ଜଗନ୍ନାଥ ଭଜନ

ଶ୍ରୀ ଜଗନ୍ନାଥ ଭଜନ

1 min
36


(ସ୍ୱର:-ଥକା ମନ ଚାଲଯିବା)

ହେ ପ୍ରଭୁ ଚକା ନୟନ

ବାରେ ମୋ ଗୁହାରି ଘେନ

ତବଶ୍ରୀ ଚରଣ ତଳେ ପଶୁଅଛି ମୁଁ ଶରଣ।(୧)

ମୁ ଅଟେ ପତିତ ଜନ

କରେ ତୁମକୁ ସ୍ମରଣ

ମୋ ବିନତି ଘେନା କର ତୁମେ ଦୁଃଖ ନାଶନ।(୨)

ବଡ ଦେଉଳେ ବସିଛ

ଭକ୍ତଙ୍କ ଡାକ ଶୁଣୁଛ

ପତିତପାବନ ନାମେ ଉଡ଼ାଉଛ କେତନ।(୩)

ଆହେ ପ୍ରଭୁ ଜଗନ୍ନାଥ

ତୁମେ ଅନାଥର ନାଥ

ଭକତ ଜନ ବାନ୍ଧବ ତୁମ୍ଭେ ପ୍ରଭୁ ଭଗବାନ।(୪)

ତବ ଶ୍ରୀଚରଣ ତଳେ

ଚିତ୍ତ ରହୁ ସଦାବେଳେ

ଏତିକି ମାଗୁଣି ମୋର କରୁଅଛି ନିବେଦନ।(୫)

ମୁଁ ଈଶ୍ୱର ହୀନ ଜନ

ଦିଅ ବାରେ ଦରଶନ

ତବ ଶ୍ରୀମୁଖକୁ ଚାହିଁ ବିତି ଯାଉ ମୋ ଜୀବନ।(୬)


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children