STORYMIRROR

Bidutprabha Mishra

Others Children

4  

Bidutprabha Mishra

Others Children

ନିଃସଙ୍ଗତା

ନିଃସଙ୍ଗତା

1 min
357


ସାମଜିକ ପ୍ରାଣୀ ଅଟଇ ମାନବ

ସମାଜରେ ଜନ୍ମି ତହିଁରେ ବଢେ,

ନିଜ ମନକଥା କହିବାକୁ କାରେ

ଜୀବନ ରେସାଙ୍ଗ ସାଥି ସେ ଲୋଡ଼େl

ନିଃସଙ୍ଗତା ଯଦି ଆସେ ଜୀବନରେ

ତୁଟି ଯାଏ ତାର ମନର ଆଶା,

କହି ପାରେ ନାହିଁ ସହି ପାରେ ନାହିଁ

କାହା ଠାରୁ ପାଏ ନାହିଁ ଭରସା l

କୀଟ ଠାରୁ ମାନବର ପରଯନ୍ତେ

ସାଙ୍ଗ ସାଥି ଟିଏ ଲୋଡ଼ନ୍ତି ସର୍ବେ,

ନିଃସଙ୍ଗ ଜୀବନ ଅତି ଦୁଃଖ ମୟ

ଦିଅନାହିଁ ପ୍ରଭୁ କାହାକୁ ଲବେ l

ପଞ୍ଜୁରୀ ରେ ପକ୍ଷୀ ନିଃସଙ୍ଗ ଜୀବନ

କାଟଇ ଯେପରି ବନ୍ଧନେ ପଡି,.

ନିତି ଖୋଜୁଥାଏ ମୁକ୍ତ ହୋଇବାକୁ

ନୀଳ ନଭପରେ ଯିବାକୁ ଉଡି l

ବିରହୀ ପ୍ରିୟ ଟି ଏକୁଟିଆ ରହି

ମେଘମାଳା ହାତେ ଚିଟାଉ ଦିଏ,

ପ୍ରିୟା ର ସ୍ମୃତିକୁ ରୋମନ୍ଥନ କରି

ବିରହରେ କେତେ ସେ ଝୁରୁଥାଏ l

ମୁନିଋଷି ମାନେ ଏକାକୀ ରହନ୍ତି

ବିଭୁ ପ୍ରେମେ ହେବା ପାଇଁ ତଲ୍ଲୀନ,

ପ୍ରଭୁଙ୍କୁ ନିଜର ପାଖେ ପାଖେ ଚିନ୍ତି 

କଟାଇ ଥାଆନ୍ତି ତାଙ୍କ ଜୀବନ l

ସାଂସାରି ଜୀବନ ସାଙ୍ଗ ସାଥୀବିନା

ରହିପାରେ ନାହିଁ ନିମିଷେ ସେତ,

ସାଥୀର ବିହୁନେ ଝୁରୁଥାଏ ବସି

ବିଧୁର ତାହାର ଜୀବନ ଗୀତ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍