ମାଆ ପରି ଆଉ କିଏ ହେବ
ମାଆ ପରି ଆଉ କିଏ ହେବ
ମାଆ ପରି ଆଉ କିଏ ହେବ
ଅଯାଚିତ ଭାବେ ଲୋଡିବ
ସ୍ନେହ ମମତାରେ ଅଜାଡି ଦେବ
ଅଳି ଅର୍ଦ୍ଦଳି ସବୁ କିଛି ସହିବ।
ଘରୁ ଦଣ୍ଡେ ବାହାରି ଚାଲିଗଲେ
ଫେରିବା ବାଟକୁ ଅନାଇଁ ଥିବ
ସରାଗେ ତାର ଆଦରି ନେବ
ମାଆ ପରି ଆଉ କିଏ ହେବ।
ଛୁଆର ଆଖି ଲୁହ ପୋଛିବା ପାଇଁ
ନିଜ ଆଖିରୁ ଲୁହ ଗଡାଉଥିବ
ଭୋକ ଉପାସରେ ରହି ଦିନଯାକ
ପିଲାକୁ ଶରଧାରେ ଖୁଆଉ ଥିବ।
ଅଳିଆ ଅସନା ହେଲେ ବି ସେ
କୋଳେଇ ନେଇ ଗେଲ କରୁଥିବ
ଧୂଳି ମଳି ମଳିନ ମୁହଁକୁ
ପଣତକାନିରେ ପୋଛି ଦେବ।
ମାଆ ପରି ଆଉ କିଏ ହେବ
ହାତ ଧରି ଭଲ ବାଟେ ଚଲାଇବ
ପାଟି ମେଲି କହିବାକୁ ଶିଖାଇବ
ପାଶେ ବସି ଅକ୍ଷର ଲେଖିବ
ଆଙ୍ଗୁଳି ଧରି ଲେଖା କରାଇବ।
ସବୁରେ ମାଆ ସାହା ହୋଇବ
ରାହା ଦେଖାଇ ଆଗେଇ ନେବ
ଗୋଟିଏ ମା'ର କୋଟିଏ ତ୍ୟାଗ
କହିଲେ ତ କେବେ ନ ସରିବ।
ମାଆ ପରି ଆଉ କିଏ ହେବ।
ମା' ଦରଦ କରି ଅନୁଭବ
ଯେଉଁ ସନ୍ତାନ ଠିକ୍ ବୁଝିବ
ସେ ମା'କୁ ସିଏ ଭକ୍ତି କରିବ
ତାର ସେବା ଯତ୍ନରେ ରହିବ।
ମାଆ ପରି ଆଉ କିଏ ହେବ।
