STORYMIRROR

Kabiratna Nutan Kumar Behera

Inspirational Children

4  

Kabiratna Nutan Kumar Behera

Inspirational Children

ମାଆ ପରି ଆଉ କିଏ ହେବ

ମାଆ ପରି ଆଉ କିଏ ହେବ

1 min
257

ମାଆ ପରି ଆଉ କିଏ ହେବ

    ଅଯାଚିତ ଭାବେ ଲୋଡିବ

ସ୍ନେହ ମମତାରେ ଅଜାଡି ଦେବ 

   ଅଳି ଅର୍ଦ୍ଦଳି ସବୁ କିଛି ସହିବ।


ଘରୁ ଦଣ୍ଡେ ବାହାରି ଚାଲିଗଲେ

   ଫେରିବା ବାଟକୁ ଅନାଇଁ ଥିବ

ସରାଗେ ତାର ଆଦରି ନେବ

    ମାଆ ପରି ଆଉ କିଏ ହେବ।


ଛୁଆର ଆଖି ଲୁହ ପୋଛିବା ପାଇଁ

    ନିଜ ଆଖିରୁ ଲୁହ ଗଡାଉଥିବ 

ଭୋକ ଉପାସରେ ରହି ଦିନଯାକ

   ପିଲାକୁ ଶରଧାରେ ଖୁଆଉ ଥିବ।


ଅଳିଆ ଅସନା ହେଲେ ବି ସେ

  କୋଳେଇ ନେଇ ଗେଲ କରୁଥିବ 

ଧୂଳି ମଳି ମଳିନ ମୁହଁକୁ

   ପଣତକାନିରେ ପୋଛି ଦେବ।


ମାଆ ପରି ଆଉ କିଏ ହେବ

ହାତ ଧରି ଭଲ ବାଟେ ଚଲାଇବ

   ପାଟି ମେଲି କହିବାକୁ ଶିଖାଇବ 

ପାଶେ ବସି ଅକ୍ଷର ଲେଖିବ

   ଆଙ୍ଗୁଳି ଧରି ଲେଖା କରାଇବ।


ସବୁରେ ମାଆ ସାହା ହୋଇବ

   ରାହା ଦେଖାଇ ଆଗେଇ ନେବ 

ଗୋଟିଏ ମା'ର କୋଟିଏ ତ୍ୟାଗ

   କହିଲେ ତ କେବେ ନ ସରିବ।

ମାଆ ପରି ଆଉ କିଏ ହେବ।


ମା' ଦରଦ କରି ଅନୁଭବ

    ଯେଉଁ ସନ୍ତାନ ଠିକ୍ ବୁଝିବ 

ସେ ମା'କୁ ସିଏ ଭକ୍ତି କରିବ

    ତାର ସେବା ଯତ୍ନରେ ରହିବ।

ମାଆ ପରି ଆଉ କିଏ ହେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational