ଆମେ କୁନି କୁନି ଶିଶୁ
ଆମେ କୁନି କୁନି ଶିଶୁ
1 min
216
ଆମେ ଶିଶୁ କୁନି ଫୁଲ ସିି
ତାରା ଅଗଣା ର ମେଳ,
ତପ୍ତ ଭବିଷ୍ୟ ଉଜ୍ଜଳ
ହୀରା ମୋତି ଫୁଲ ମାଳ।
ସାତ ଦରିଆର କୂଳ
ଲଙ୍ଘିବୁ ଛୁଇଁ ପାତାଳ ,
ହାତରେ ଧରି କୋଦାଳ
ଲାଗାଇବୁ ଆମେ ଫୁଲ ।
ଶିଶୁ ସଭ୍ୟତାର ଦଳ
ପ୍ରେରିତ ଆକାଂକ୍ଷା କଳ,
ମହାନଦୀ ଧାର ଜଳ
ସୁରଜ ସାଥିରେ ଚାଲ ।
ଏଇ ସମାଜ ଅଞ୍ଚଳ
ଦେଖିବ ଶିଶୁର ବଳ,
ଶିଶୁର ସେ ଅଲିଅଳ
ଚହଟଇ ମଲ୍ଲି ଫୁଲ।
ଶିଶୁ ଶୋଭିତ ମଣ୍ଡଳ
ଦିବ୍ୟ ଜ୍ୟୋତି ଆଖଣ୍ଡଳ,
ଅଖଣ୍ଡ ବାରିତା ସ୍ଥଳ
ଛୁଇଁବ କୂଳକୁ କୂଳ ।
