ଏଇ ସମାଜ
ଏଇ ସମାଜ
ନିଜର କର୍ତ୍ତବ୍ୟ କରିବାକୁ ଯାଇ
ହେଲୁ ଯଦି ଆମେ ଦୋଷୀ,
ଭୟ ନାହିଁ ସତେ କହୁ ଯିଏ ଯେତେ
ମିଳୁ ଦଣ୍ଡ କିମ୍ବା ଫାଶୀ I
ଆମେ ତୋ ଆଜିର ନୂଆ ଯୁବ ପିଢ଼ି
ଜାଣିନାହୁଁ ବେଶି କିଛି,
ବାପା ମାଆଙ୍କର ସଂସ୍କାର ସ୍ନେହରେ
ସବୁ ଶିଖେଇ ଦେଇଛି I
ଯାହାର ସ୍ୱାର୍ଥରେ ସିଏ ତୋ ଭଦ୍ରାମି
ସ୍ୱାର୍ଥ ସରିଗଲେ ପର,
ଅସହାୟ ବେଳେ ସାହାର୍ଯ୍ୟ ଲୋଡ଼ିବେ
କେହି ନୁହେଁ କାହାର I
ଦରଦି ବନ୍ଧୁର ଏଇ ଦୁନିଆରେ
ଅଭାବ ନାହିଁ ତୋ ସତେ,
ପ୍ରକୃତ ବନ୍ଧୁତ ଚାହେଁ ସବୁବେଳେ
ମିଳୁ ମୋତେ ତା ଦୁଃଖ ଯେତେ I
ଲିଭି ଯାଉଅଛି ସେଇ ପ୍ରେମଭାବ
ବିଶ୍ୱାସର ଗତିଧାର,
ମିଳୁଥାଏ ସତେ ଯେତେ କର୍ମ କଲେ
ଭଲ ମନ୍ଦ ଅବିଚାର I
ଅନ୍ୟ ଅମଙ୍ଗଳ ଚିନ୍ତା କାହିଁ ପାଇଁ
କରିବୁ ନିଜର ସ୍ଵାର୍ଥେ,
ଯାହା ମିଳିଅଛି ସେତିକିରେ ଖୁସି
କର୍ମ କରି ନିଜ ପଥେ I