ଗୃହିଣୀ
ଗୃହିଣୀ
ଘରର ଚାରିକାନ୍ଥ ଭିତରେ ସେ ରହେ
ନିଜକୁ ଘରର ଗୃହିଣୀ ବୋଲି କୁହେ,
ସକାଳରୁ ସଞ୍ଜ କାମ ସେ କରୁଥାଏ
ପରିବାର ସେବାରେ ମନ ବୋଲାଏ II
ଶାଶୁ ଶଶୁରର ସେବା ସେ କରେ
ସ୍ୱାମୀର ନାମକୁ କେବେ ନ ଧରେ,
ବାପାଘର କଥାକୁ ନିଈତି ଝୁରେ
ନିଜ ସ୍ୱପ୍ନକୁ ସେ ନିଜେ ହିଁ ମାରେ II
ତା ହାତରନ୍ଧା ଭୋଜନ ଦିଏ ପରଷି
ପରିବାର ସହ ଆନନ୍ଦେ ମିଳିମିଶି,
ମଥାରେ ଓଢଣା ଦିଏ ସେ ପକାଇ
ଚଉରାମୂଳେ ସଞ୍ଜବତୀ ଦିଏ ଜଳାଇ II
ସଭିଙ୍କ କଥାରେ ମୁଣ୍ଡ ସେ ନୁଆଁଏ
ଆଖିର ଲୁହକୁ ଓଠେ ପିଇଯାଏ,
ଦୁଃଖକୁ ଲୁଚାଇ ହସ ସେ ଫୁଟାଏ
ସଭିଙ୍କୁ ଗୋଟିଏ ସୂତାରେ ବାନ୍ଧିଦିଏ II