STORYMIRROR

Kamalini Chandi

Inspirational

4  

Kamalini Chandi

Inspirational

ଗୃହିଣୀ

ଗୃହିଣୀ

1 min
338

ଘରର ଚାରିକାନ୍ଥ ଭିତରେ ସେ ରହେ

ନିଜକୁ ଘରର ଗୃହିଣୀ ବୋଲି କୁହେ,

ସକାଳରୁ ସଞ୍ଜ କାମ ସେ କରୁଥାଏ

ପରିବାର ସେବାରେ ମନ ବୋଲାଏ II


ଶାଶୁ ଶଶୁରର ସେବା ସେ କରେ

ସ୍ୱାମୀର ନାମକୁ କେବେ ନ ଧରେ,

ବାପାଘର କଥାକୁ ନିଈତି ଝୁରେ

ନିଜ ସ୍ୱପ୍ନକୁ ସେ ନିଜେ ହିଁ ମାରେ II


ତା ହାତରନ୍ଧା ଭୋଜନ ଦିଏ ପରଷି

ପରିବାର ସହ ଆନନ୍ଦେ ମିଳିମିଶି,

ମଥାରେ ଓଢଣା  ଦିଏ   ସେ ପକାଇ

ଚଉରାମୂଳେ ସଞ୍ଜବତୀ ଦିଏ ଜଳାଇ II


ସଭିଙ୍କ କଥାରେ  ମୁଣ୍ଡ ସେ  ନୁଆଁଏ

ଆଖିର ଲୁହକୁ  ଓଠେ ପିଇଯାଏ,

ଦୁଃଖକୁ ଲୁଚାଇ ହସ ସେ  ଫୁଟାଏ

ସଭିଙ୍କୁ  ଗୋଟିଏ ସୂତାରେ  ବାନ୍ଧିଦିଏ II


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational