ଟିକି ଝରଣା
ଟିକି ଝରଣା
ଟିକି ଝରଣା ଟି ବହି ଯାଉଅଛି
କୁଳୁକୁଳୁ ନାଦ କରି
ଇଂଗିତେ ଜଣାଇ ଦିଅଇ ମାନବେ
ହେବୁ କେବେ ମୋହ ସରି l
ମାନେନା ମୁଁ ବାଧା ବିଘ୍ନ ଅଛି ଯାହା
ସବୁକୁ ଏଡାଇ ଦେଇ
ଧାଉଁ ଅଛି ବେଗେ ମୋ ସ୍ୱାର୍ଥ ହାସଲେ
ସାଗରେ ମିଶିବା ପାଇଁ l
ବାଟେ ବାଟ ବଣା ବହୁତ ହୁଅଇ
ଲକ୍ଷ ପଥ ଭୁଲେ ନାହିଁ
ସୁଦୂର ପାହାଡ଼ୁ ଝରି ଝରି ମୁହିଁ
ନିମ୍ନ ଗାମୀ ହେଉ ଥାଇ l
ମାନବ ଜାତିକୁ ଅତୀବ ଉନ୍ନତ
କରି ଇଶ୍ଵର ଗଢିଲେ
ଅଙ୍କା ବଙ୍କା ରାସ୍ତା ଦେଖାଇ ତାହାଙ୍କୁ
ପଥରୁ ବିଚ୍ୟୁତ କଲେ l
ମାୟା ବସ ହୋଇ ମଣିଷ ଜାତିଟା
ଲକ୍ଷ୍ୟ ତାର ଭୁଲି ଯାଏ
ମୁଁ କରୁଛି ଓ ମୁଁ କରାଉଛି
ଏହି ଭାବନା ରେ ଥାଏ l
ମୋର ସ୍ବଚ୍ଛ ନିର ପାନ କରି କେତେ
ପଥିକ ଶୋଷ ମେଣ୍ଟାନ୍ତି
ବନେ ବନ୍ୟ ଜନ୍ତୁ ମୋତେ ପାନ କରି
ଆନନ୍ଦେ ବନ୍ୟେ ଭ୍ରମନ୍ତି l
ବହୁ ଘାତ ପ୍ରତିଘାତ ସହି ମୁହିଁ
କୁନି ଧାରେ ଗଡ଼ିଗଡି
ହାରି ଯାଏ ନାହିଁ କେବେ ବି ସପନେ
ସାଗରେ ନ ହେବି ଯୋଡି l
କୁନିକୁନି ପିଲା ମୋହ ଠାରୁ ଶିଖ
ହାର ମାନିବନି କେବେ
ଲକ୍ଷ ସ୍ଥଳୁ କେବେ ବିଚ୍ୟୁତ ହେବନି
ଯେତେ ଦିନ ଥିବ ଭବେ l
