STORYMIRROR

Gopal Majhi

Inspirational Children

4  

Gopal Majhi

Inspirational Children

ମୋ ଭାଇ

ମୋ ଭାଇ

1 min
329


ବାପା ପରି ସିଏ କରଇ ଶାସନ

ଅବାଟକୁ ଗଲେ ମୁହିଁ ll

              ମାଆ ପରି ପୁଣି କରଇ ଯତନ

              ଅସୁସ୍ଥ ହୋଇଲେ ମୁହିଁ ll

ମୋ ଭାଇ ଆଦର ସେହ୍ନ ଯେତେ ତା'ର

ମୋ ପାଇଁ ଅମୂଳ ମୂଳ ll

               ବିପଦରେ ମୋତେ ସୁରକ୍ଷା ଦିଅଇ

               ସାଜଇ ମୋ ପାଇଁ ତାଳ ll

ରକ୍ଷା ବନ୍ଧନରେ ମୋ ରାକ୍ଷୀ ବଦଳେ

ଦିଏନା ପାଉଣା ମୋର ll

                ତା' ଭଲ ପାଇବା ଦିଶେନା ସବୁକୁ

                 ସହଜେ ହୁଏନା ଚିହ୍ନି ll

ମୋ ଭାଇ ହୃଦୟ ଆକାଶ ଠୁ ଗଭୀର

ଶ୍ରୀ ଫଳଠୁ ବେଶି ମିଠା ll

                 ସତ୍ୟ ଭାଗ୍ୟ କରି ପାଇଛି ମୁଁ ତାଙ୍କୁ

                 ମୋ ଭାଇ ଜଗତ ଜିତା ll

                          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational