ମୋ ଭାଇ
ମୋ ଭାଇ
ବାପା ପରି ସିଏ କରଇ ଶାସନ
ଅବାଟକୁ ଗଲେ ମୁହିଁ ll
ମାଆ ପରି ପୁଣି କରଇ ଯତନ
ଅସୁସ୍ଥ ହୋଇଲେ ମୁହିଁ ll
ମୋ ଭାଇ ଆଦର ସେହ୍ନ ଯେତେ ତା'ର
ମୋ ପାଇଁ ଅମୂଳ ମୂଳ ll
ବିପଦରେ ମୋତେ ସୁରକ୍ଷା ଦିଅଇ
ସାଜଇ ମୋ ପାଇଁ ତାଳ ll
ରକ୍ଷା ବନ୍ଧନରେ ମୋ ରାକ୍ଷୀ ବଦଳେ
ଦିଏନା ପାଉଣା ମୋର ll
ତା' ଭଲ ପାଇବା ଦିଶେନା ସବୁକୁ
ସହଜେ ହୁଏନା ଚିହ୍ନି ll
ମୋ ଭାଇ ହୃଦୟ ଆକାଶ ଠୁ ଗଭୀର
ଶ୍ରୀ ଫଳଠୁ ବେଶି ମିଠା ll
ସତ୍ୟ ଭାଗ୍ୟ କରି ପାଇଛି ମୁଁ ତାଙ୍କୁ
ମୋ ଭାଇ ଜଗତ ଜିତା ll
