ମୋ ଓଡ଼ିଶା (ଭାଗ-୨୦)
ମୋ ଓଡ଼ିଶା (ଭାଗ-୨୦)
1 min
384
ଗଜପତିର ଗଜପତି ଚିର ନମସ୍ୟ
ସ୍ୱତନ୍ତ୍ର ଉତ୍କଳ ପାଇଁ ଦାନ ଅଶେଷ ।
ତେଲ ମହାନଦୀ କୂଳେ ସୁବର୍ଣ୍ଣପୁର
ଭୀମ ଭୋଇଙ୍କ ପାଇଁ ଧନ୍ୟ ସେ ସହର ।
ନୟାଗଡ଼ ଦଶପଲ୍ଲା ଜଙ୍ଗଲ ଭରା
ସେ ଜିଲ୍ଲାର କାଠେ ହୁଏ ରଥ ଯାତରା।
ଓଡ଼ିଆ ସାହିତ୍ୟର ବିକାଶ ପାଇଁ
ଦେବଗଡ଼ ଭୂମିକାର ତୁଳନା ନାହିଁ।
ବାମଣ୍ଡା ରାଜ୍ୟ ଭାବେ ଥିଲାସେ କ୍ଷାତ
ଓଡ଼ିଆ ଭାଷାର ଥିଲେ ପୃଷ୍ଠପୋଷକ।
ସୀମାନ୍ତ ଜିଲ୍ଲା ଆମ ନୂଆପଡ଼ାଟି
ଢଳଢଳ ଛଳଛଳ ଯହିଁ ପ୍ରକୃତି ।
ଝୁମଇ ମୟୂରଭଞ୍ଜ ଝୁମର ସୁରେ
ଫୁଲରାଣୀ ଫୁଲବାଣୀ ମନ ଜିଣାରେ ।
ବଉଦ୍ଧରେ ପବନର ଖିଆଲି ନିଶା
ଓଡିଶା ଓଡିଶା ମାଆ ମୋର ଓଡିଶା.
