STORYMIRROR

Pratima Satpathy

Children Stories

4  

Pratima Satpathy

Children Stories

ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦ

ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦ

1 min
214


ଉଣେଇଶିଶହ ଛଅ ମସିହାର

     ଫେବୃଆରୀ ପନ୍ଦରରେ

ଜନ୍ମ ହୋଇଥିଲ ହେ ମହାନ ସ୍ରଷ୍ଟା

    କଟକ, ବାଇ ରୋଇରେ।

ପିତାଙ୍କର ନାମ ମଧୁସୂଦନ ଓ

    ଲକ୍ଷ୍ମୀ ଦେବୀ ମାତା ନାମ

ରାମକୃଷ୍ଣ ନାମ କରିଲ ସାର୍ଥକ

   ଉଜ୍ଜ୍ୱଳ ତାରକା ସମ ।

ଭାଷା ସାହିତ୍ୟର ଉନ୍ନତି କରିଲ

  ଶିଶୁ ସାହିତ୍ୟ କ୍ଷେତ୍ରରେ

ତୁମରି ରଚିତ ଭଜନ ପ୍ରାର୍ଥନା

   ହୁଅଇ ବିଦ୍ୟାଳୟରେ।

ଆହେ ଦୟାମୟ ବିଶ୍ୱ ବିହାରୀ ଯେ

    ସମସ୍ତେ ଗାନ କରନ୍ତି

ସାହିତ୍ୟ ସୋପାନ, ରଚନା ଦର୍ପଣ,

   ସଂଗ୍ରାମ, ସାଧନା ଆଦି।

ଛଅଟି ଗଛ ଓ ଚବିଶିଟି ଫୁଲ

   ଅଦେଖା ବଣର ଫୁଲ

ରତ୍ନ ପାଖୁଡା, ସାଗର କନ୍ୟା, ସହ

    ଛ ଗଛ ବାଇଶି ଫୁଲ।

ଶିଶୁ ସାହିତ୍ୟ ସଂକଳନ, ସୁନା ପାହାଚ 

     ଜୀବନ ରହସ୍ୟ

ପଞ୍ଚତନ୍ତ୍ର କାହାଣୀ ଓ ଗଳ୍ପ ପୁରି,

    ସଙ୍ଗୀତ ଜାତୀୟ ପୁଷ୍ପ।

 ଝୁମୁକା ପାଇଁ ଯେ ଓଡିଶା ସାହିତ୍ୟ

   ଏକାଡେମୀ ପୁରସ୍କାର

ଶିଶୁ ସାହିତ୍ୟ ସମିତି,ନୀଳ ଶୈଳ

   ଆଦି ବହୁ ପୁରସ୍କାର ।

ସଂସାର ପତ୍ରିକା, ବିଜ୍ଞାନ କୁହୁକ

    ବିଶ୍ୱ ପରିଚୟ ରଚି

ବହୁ ପୁରସ୍କାର ପାଇଛ ଜୀବନେ

   ଭାଷା ସାହିତ୍ୟ ବି ରଚି।

ସାହିତ୍ୟ ଆକାଶ ଧ୍ରୁବ ତାରା ତୁମେ

    ଅମ୍ଳାନ ପ୍ରତିଭା ବ୍ୟକ୍ତି

ତୁମ ପାଇଁ ଆଜି ଶିଶୁ ସାହିତ୍ୟ ଯେ

    ନୂଆ ଜୀବନ ପାଇଛି।

ହେ ମହାପୁରୁଷ ରାମକୃଷ୍ଣ ନନ୍ଦ

   ପ୍ରଣତି ଢାଳେ ପୟରେ

ସାହିତ୍ୟ ଜଗତେ ପୁନର୍ବାର ଜନ୍ମ

    ନିଅ ଏହି ପୃଥିବୀରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍