STORYMIRROR

Satyanarayan Sahoo

Classics Inspirational Children

4  

Satyanarayan Sahoo

Classics Inspirational Children

ଆମେ ରେ ଅମୃତ ସନ୍ତାନ

ଆମେ ରେ ଅମୃତ ସନ୍ତାନ

1 min
273


ଆମେ ଯେତେ ଶିଶୁ

ଆନନ୍ଦରେ ହସୁ

ଆମେରେ ଅମୃତ ସନ୍ତାନ ।

ଦିବ୍ୟତାରେ ଭରା

 ଅମୃତର ଧାରା

ଦେହରେ ପ୍ରବାହମାନ ।

ନାହିଁ ଆମ ଲୋଭ

ଦୁଃଖ ଅବା କ୍ଷୋଭ

ହରଷରେ ଭରା ମନ

ବିଦ୍ୟା ଅଧ୍ୟୟନ

କରି ନିତିଦିନ

ଜୀବନେ ହେବୁ ମହାନ  ।

ଚଞ୍ଚଳ ଚପଳ

ହସ କୌତୁହଳ

ଘେନି ସାଙ୍ଗ ସାଥୀ ମେଳେ

ଆହ୍ଲାଦିତ ପ୍ରାଣେ

ଧରା ଉପବନେ

କଢି ପରି ବଢି ଧୀରେ ।

ଫୁଟିବୁ ସମୟ 

ଆସିଲେ ସେନେହ

ସୁଗନ୍ଧ ବିଭୋର କରି

ହସାଇ ରସେଇ

ମନ ନେବୁ ମୋହି

ସବୁ କାମରେ ଆଗେଇ ।

ବଡ ହେବୁ ଆମେ

ଆପଣା ଜୀବନେ

ସାଧିବୁ ମହତ କର୍ମ

ଆଜି ସିନା ଶିଶୁ

ହସି ହସି ଭାସୁ

ଆମେ ଅମୃତ ସନ୍ତାନ ।



Rate this content
Log in

Similar oriya poem from Classics