କନ୍ୟା ଜନମକୁ କିଆଁ ଭୟ
କନ୍ୟା ଜନମକୁ କିଆଁ ଭୟ
କନ୍ୟାଟିଏ ଜନମ ହୋଇଲେ
ଏକ ଘରେ
ଖୁସିର ଲହର ଆସେ ନାହିଁ
କାହା ମନରେ |୧|
କାନ୍ଦ ଦେଖାଏ ତ ମାଆ ଉପରେ
ଉପରେ
ବାପା ବସିଥାନ୍ତି ଦୁଃଖିତ ହୋଇ
ଚୌକିରେ |୨|
ଦଦେଇ, କକେଇ, ପିଉସୀ,
ଜେଜେ ମାଆ,
ଜେଜେ, ସରବେ କାନ୍ଦନ୍ତି ନ
ହେଲା ପୁଅ କିଆଁ |୩|
ଖୁଂଚା ମାରନ୍ତି ପାଖ ପଡୋଶୀ
ଲୋକ ଯେତେ
ଫୁସ୍ ଫାସ ହୁଅନ୍ତି ଜଣା ଶୁଣା
ଲୋକ ଯେତେ |୪|
ସତେ ଯେପରି କନ୍ୟା ଜନମ
କରିବା ପାପ
ପୁଅ ହୋଇଥିଲେ ଧନବାନ
ହେବେ ଅମାପ |୫|
ଯେବେ କନ୍ୟାଟି ଚାଲିବା
ଖେଳିବା ଶିଖେ
କେହି ସାହାସକାରୀ ସାଥୀ
ହୁଅନ୍ତିନି ତା ପାଖେ |୬|
ସ୍କୁଲକୁ ଗଲେ କହନ୍ତି, ନାରୀ
କଅଣ କରିବ
ନାରୀର କର୍ତ୍ତବ୍ୟ, ସେ ହାଣ୍ଡି
ଶାଳ ସମ୍ଭାଳିବ |୭|
ବଡ ହୋଇ ବାହା ପାଇଁ ସେ
ଉପଯୁକ୍ତ ହେଲା
ଯୌତୁକ ଭାରେ ପିତା ମାତାଙ୍କ
ମୁଣ୍ଡ ବିନ୍ଧିଲା |୮|
ନିଜେ ଖୋଜି ଯଦି ନିଜେ ବାହା
ହୋଇଗଲା
ଏବେ ଶୁଣେ, କନ୍ୟାଟି କାହା
ସଂଗେ ପଳାଇଲା |୯|
ବାପାକୁ ଯେତବେଳେ ବାର୍ଦ୍ଧକ୍ୟ
ଆସି ପହଁଚିଲା
ପୁଅ ନିଜ ସ୍ତ୍ରୀ ଗୋଲାମ, ବାପାକୁ
ହତାଦାର କଲା |୧୦|
ଜଣା ଶୁଣା ଲୋକ ଯେତେ
ମୁହଁ ବୁଲେଇଲେ
କନ୍ୟାର ହୃଦୟ, ଛାଡିବ କିପରି,
ସେବା ତ କଲା |୧୧|
ମରଣ ହେଲା, ବାପା ମାଆଙ୍କର
ଯେତେବେଳେ
କନ୍ୟାଟିକୁ ଜଣାଇବାକୁ ସରବେ ତ
ଭୁଲି ଗଲେ |୧୨|
କାରଣ କନ୍ୟାଟି ଅନ୍ୟ ଜଣେ ଟୋକା
ସହ ପଳାଇଛି
ପୁଅ ତ ଆସିଲାନି କାରଣ ତା ସ୍ତ୍ରୀ
ମନା କରିଛି |୧୩|
କନ୍ୟାଟି କୌଣସି ବାଟରେ ମରିବା
କଥା ଜାଣି
ଧାଇଁ ଆସିଲା କୌଣସି ବାଧା
ରୋକି ପାରିଲାନି |୧୪|
ସରବ ସାମାଜିକ ରୀତି ନୀତି
ପୂରଣ ହୋଇବାରେ
ପାଖ ପଡୋଶୀ ଚାହିଁ ରହିଲେ
ଅତି ଆଶ୍ଚର୍ଯ୍ୟରେ |୧୫|
କନ୍ୟାଟି ତ ଫେରିଗଲା ନିଜ
ଶାଶୁ ଓ ଶଶୁର ଆଳୟ
ଉତ୍ତର ଦିଅ ଭଉଣୀ ଭାଇ କନ୍ୟା
ଜନମକୁ କିଆଁ ଭୟ? |୧୬|
