ମୋ ମାତୃଭାଷା ମୋ ଜୀବନ
ମୋ ମାତୃଭାଷା ମୋ ଜୀବନ
ଆମ ମାତୃଭାଷା ଆମର ଜୀବନ
ପ୍ରାଣର ସ୍ପନ୍ଦନ ସେହି,
କେତେ ମିଠା ଲାଗେ ପ୍ରତିଟି ଶବଦ
ନିଏ ଆମ ମନ ମୋହି l
ଦରୋଟି କଣ୍ଠରେ ସେଇ କଥା କହି
ଆମେ ହୋଇଅଛେ ବଡ଼,
ମାଆ ମାତୃଭାଷା ମାତୃଭୂମି ବିନା
ଆମ ଜୀବନଟି ଜଡ଼ l
ଜଣାଣ ଭଜନ ଗଳପ କବିତା
କେତେ ଭାବେ ହୋଇ ଲେଖା,.
ଜ୍ଞାନକୁ ବଢାଏ ନୀତିଶିକ୍ଷା ଦିଏ
ଜୀବନରେ ଦିଏ ଦୀକ୍ଷା l
କେତେ ଗୁଣୀ ଜ୍ଞାନୀ ମହିଷୀଙ୍କ ଦ୍ୱାରା
ହୋଇଅଛି ଭାଷା ପୁଷ୍ଟ,
ଗୀତା ଭାଗବତ ବେଦ ଉପନିଷଦ
ତାଙ୍କ ଦ୍ୱାରା ହୋଇ ସୃଷ୍ଟ l
ଦୂରେ ଆମେ ଯଦି ରହିଯାଉ କେବେ
ମନ ଝୁରୁଥାଏ ଆମ,
ଶୁଣି ଦେଲେ କାହା ମୁଖରୁ ପଦଟେ
ଲାଗେ ହୋଇଗଲୁ ଧନ୍ୟ l
ଆମ ରକତର ପ୍ରତି ବିନ୍ଦୁ ଧାରେ
ସେ ଭାଷା ହୋଇଛି ଲେଖା,
ଭୁଲିବାନି ତାକୁ ସମ୍ମାନ ଦେବା
କରିବାନି ଅଣଦେଖା l
ଆମ ସଂସ୍କାର ଆଉ ସଂସ୍କୃତିର
ବାର୍ତ୍ତାବହ ମାତୃଭାଷା,
ଓଡ଼ିଆ ଭାଷାଟି ଗରବ ଆମର
ଗଉରବ ଭରା ଆଶା l
ଫେବୃୟାରୀ ଏକୋଇଶି ଦିନ ଏହା
ପାଇଲା ଶାସ୍ତ୍ରୀୟ ମାନ୍ୟ,
ଆସରେ ସଭିଏଁ ଶପଥ ନେବା
ବଢାଇବା ତା'ର ମାନ l
