STORYMIRROR

DILIP KUMAR SAHOO

Children Stories

4  

DILIP KUMAR SAHOO

Children Stories

ଦୁହିତା ଆମେ ଜଗତ ଜିତା

ଦୁହିତା ଆମେ ଜଗତ ଜିତା

1 min
278


    

     

    ଫୁଲ କଳି ଆମେ ମଣିମୁକୁତା

    ଲୋଡା ଆମ ପାଇଁ ସ୍ନେହ ମମତା

    ଆଦର ପାଇଲେ ହୋଇବୁ ଆମେରେ

    ଜଗତ ଜିତା ତ ଜଗତ ଜିତା

    ଆମେରେ ଦୁହିତା ଜଗତ ଜିତା।


     ରଙ୍ଗରେ ରଙ୍ଗେଇ ଦେବୁ ସାରା ଦୁନିଆ

     ଲେଖି ଲେଖି ଯିବୁ ଆମେ କାହାଣୀ ନୂଆ

     ଦିଗ ଚଉଦିଗ ଯିବୁ ମହକ ବୁଣି

     ସବୁରି ମନକୁ ଆମେ ନେବୁରେ କିଣି

         ଝରିଝରି ଯିବୁ ଝରଣା ପରି ତ

        ବାଣ୍ଟି ବାଣ୍ଟି ଯିବୁ ନୂଆ ବାରତା

        ଆମେରେ ଦୁହିତା ଜଗତ ଜିତା।


      ମାଟିରୁ ଆକାଶ ଯାଏ ବୁଣିବୁ ହସ

      ହସିବରେ ଗାଁ ଆମ ହସିବ ଦେଶ

      ଆମ ଯଶ ଗଉରବ ଗରବ ଗାଥା

      ଯୁଗଯୁଗ ପାଇଁ ପରା ରହିବ କଥା 

   ଆଦର ଯତନ ଶରଧା ପାଇଲେ

      ହୋଇବୁ ଆମେରେ ସବୁରି ହିତା 

     ଆମେରେ ଦୁହିତା ଜଗତ ଜିତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍