STORYMIRROR

Iswara Chandra Sahu

Children

3  

Iswara Chandra Sahu

Children

ମାଁ ତାରିଣୀ ଭଜନ

ମାଁ ତାରିଣୀ ଭଜନ

1 min
165

 (ସ୍ୱର:-ଆହେ ନୀଳ ଶାଇଳ)


ଜୟ ଜୟ ତାରିଣୀ, ମାଁ ଘେନ ମୋର ଜଣାଣ

କରଯୋଡି ତବ ପାଦେ କରେ ନିବେଦନ। (୧)


ଆକୁଳେ ଡାକୁଛି ମାଗୋ ମୋ ଗୁହାରି ଶୁଣ

ତବଶ୍ରୀ ଚରଣ ତଳେ ପଶୁଅଛି ଶରଣ। (୨)


ତାରିଣୀ ନାମ ବହିଛ ଏ ସାରା ସଂସାରେ

ବିପଦେ ପଡି ଡାକୁଛି କୃପା କର ବାରେ। (୩)


ଘଟଗାଁ ତାରିଣୀ ନାମେ ଅଟୁ ତୁ ବିଖ୍ୟାତ

ସାହା ହୁଅ ଏ ଅଧମେ ତୁ ମାଗୋ ତୁରିତ।(୪)


କି ଦେଇ ପୂଜା କରିବି କିଛି ଜାଣେ ନାହିଁ

ଏ ହୀନ ଜନକୁ ଦୟା ରଖି ଥିବୁ ତୁହି।  (୫)


ତୋହରି ସେବାରେ ମାଗୋ ଯାଉ ମୋ ଜୀବନ

ସାହା ହେବୁ ବାରେ ମାଗୋ ଏ ଦୁଃଖିତ ଜନ।(୬)


ବିପଦ ପଡିଲେ ମାଗୋ ହେବୁ ତୁହି ସାହା

ଏତିକି ବିନତି ପାଦେ କରି ଥିବୁ ଦୟା।  (୭)


ଜୟ ଜୟ ତାରିଣୀ ଗୋ କରୁଅଛି ସ୍ମରଣ

ସଦା ଦେଉ ଥିବୁ ତୁହିମା ସଦ ବୁଦ୍ଧି ସଦ ଜ୍ଞାନ।(୮)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children