STORYMIRROR

Anil Kumar Parhi

Inspirational

3  

Anil Kumar Parhi

Inspirational

କବିତାର ଆରପାଖ - 13

କବିତାର ଆରପାଖ - 13

1 min
26.4K



କାହିଁ ଆଉ ଶୁଭିଲାନି

ତମ ଘୁଙ୍ଗୁରର ଶବ୍ଦ

ପବନ ତ ତମ ଆଡୁ

ମୋ ଆଡେ ବହୁଥିଲା!

ଏ ଚୋରାବାଲିରେ ବି

ବହୁଥର

ପୋତି ହୋଇପଡିଛନ୍ତି ଈଶ୍ବର

କିଛି ଇତିହାସ ପାଲଟିଗଲେ

କିଛି କବର।।

ମୁଁ ପଛକୁ ଫେରିଚାହିଁଛି

ତମେ ମନ୍ତ୍ର ହୋଇଗଲ

ମୁଁ ଉଚ୍ଚାରଣ କଲି

ତମେ ମୂର୍ତ୍ତି ବନିଗଲ।

ମୁଁ ଯେ

ନା ତମକୁ

ନା ତମ ଉତ୍ତରଣକୁ ଖୋଜୁଥିଲି

ମୁଁ ଖୋଜିଚାଲିଛି ଏଯାଏ

ସେ ଘୁଙ୍ଗୁର।

ମତ୍ସ୍ୟ, କଚ୍ଛପ କି ବରାହରେ

କୁହ ତାକୁ କେଉଁଠି ରଖିଲ!!

ସେହି ଘୁଙ୍ଗୁର ଭିତରେ

ଛପିଯାଇଛି ମୋ ପଙ୍ତି

ସେଥିରୁ କିଛି ନଦୀ ହୋଇ ବାହାରିଛି

ଆଉ କିଛି ଯାଇଛି ଯେ ଛନ୍ଦି!

ପ୍ରତି ଜନ୍ମରେ

ସେତିକି ପାଇବା ପାଇଁ

ମୁଁ ଜନ୍ମଜନ୍ମାନ୍ତରରେ ବନ୍ଦୀ।।


ଅନୀଲ କୁମାର ପାଢୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational