STORYMIRROR

K. Nirmal

Inspirational

3  

K. Nirmal

Inspirational

ଥରେ ଆସ ଫେରି

ଥରେ ଆସ ଫେରି

1 min
29.6K



ମୟୁର ଚନ୍ଦ୍ରିକା ଖୋଜୁଛି ତୁମକୁ

ଫେରିଆସ ମୋ କହ୍ନାଇ,

ଗୋପପୁର ଲାଗେ ଖାଁ ଖାଁ ଖାଲି

ତୁମ ବାଟ ଅଛି ଚାହିଁ।।


କଦମ୍ବର ମୂଳ ସାକ୍ଷୀତ ଆମର

ଦୁଃଖ ଯନ୍ତ୍ରଣା ଯୋଉ ଲାଗେ,

ଏ ଜୀବନ ଦୁଃଖ ସବୁ ସହି ମୁହିଁ

ରହିଥିବି ତୁମ ସାଙ୍ଗେ।।


ଥରେ ଆସ ଫେରି ଏହି ଗୋପପୁରି

ଦେଖିଯିବ ଥରେ ମୋତେ,

ଏ ଆଖିର ସବୁ ଲୁହ ସାରିଦେଇ

ଚାହିଁଥିବି ତୁମ ପଥେ।।


ବଇଁଶୀର ସ୍ୱର ଶୁଭେନାହିଁ ଆଉ

କାନ୍ଦୁଛି ଏଠି ଯମୁନା,

ବିରହ ନିଆଁରେ ଜଳି ଜଳି ମୁହିଁ

ହୁଏ ନିତି ଆନମନା।।


କେ.ନିର୍ମଳ

ବାସୁଦେବପୁର, ଭଦ୍ରକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational