ମୁଁ ଓଡ଼ିଆ(ଶିଶୁ କବିତା)
ମୁଁ ଓଡ଼ିଆ(ଶିଶୁ କବିତା)
ଓଡିଶା ମୋ ଜନ୍ମ ମାଟି
ମୋ ଠାକୁର କାଳିଆ,
ଓଡ଼ିଆଣୀ ମାଆ ମୋର
ଲାଗେ ଭାରି ବଢିଆ l
ଓଡିଶୀ ଛଉ ମୋ ନାଚ
ପାଲା ଦାସ କାଠିଆ,
ଛାନ୍ଦ ଅଳଙ୍କାର ଭରା
ମାତୃଭାଷା ଓଡ଼ିଆ l
ଧୋତି କୁରୁତା ମୋ ବେଶ
ଘର ଚାଳ କୁଡିଆ,
ଶାଗ ପଖାଳ ମୋ ଖାଦ୍ୟ
ଲାଗେ ଭାରି ବଢିଆ l
କୁଳ ବେଉଷା ମୋ ବୃତ୍ତି
କରେ ପିଢି ପିଢିଆ,
ଚାଷ, ବଢେଇ, କମାର
ମିଠା ଗଢା ଗୁଡ଼ିଆ l
ଭୋଗ ପ୍ରତି ନାହିଁ ଲୋଭ
ରୋଗ ରହେ ଦୁରିଆ,
ଖଚ, ମିଛ, ଚୋରି, ହାରି
ଲାଗେ ମୋତେ ଅଡୁଆ l
ସଞ୍ଜ ସଳିତା ମୋ ଭାବ
ବିଶ୍ୱାସ ମୋ କାଳିଆ,
ଆପଦ ବିପଦ ବେଳେ
ଭାଙ୍ଗି ଦିଏ ନଡ଼ିଆ l
ମାଟି ମାଆ ସୁରକ୍ଷାର
ପାଇକ ମୁଁ ଲଢ଼ୁଆ,
କାରିଗରୀ କଳା ଦେଖି
ବିଶ୍ଵ ମାରେ ମୁଣ୍ଡିଆ l
ତା ବଣ ପାହାଡ଼ ଶୋଭା
ନଇ ବନ୍ଧ ଗାଡିଆ
ସେମାନେ ମୋ ଚିର ସାଥି
ଲାଗେ ଭାରି ବଢିଆ ….