STORYMIRROR

ସନାତନ ଦାସ

Inspirational Others

3  

ସନାତନ ଦାସ

Inspirational Others

ସ୍ୱାଧୀନତା ଦିବସ

ସ୍ୱାଧୀନତା ଦିବସ

1 min
80

ଦେଶପ୍ରେମ ମନେ ଜାଗ୍ରତ କରାଅ ମୋ ପ୍ରିୟ ଭାରତବାସୀ,

ସ୍ୱାଧୀନତା ଦିବସେ ଝୁମି ଯାଅ ତୁମେ ହୃଦେ ଧରି ଯେତେ ଖୁସି..!!


ଲହରିତ ହେବ ତ୍ରିରଙ୍ଗା ପତାକା ନୀଳ ଆକାଶର ଛାତିରେ,

ଭେଦ ଭାବ ଭୁଲି ଏକ ହୋଇଯାଅ ଜାତୀୟ ସଙ୍ଗୀତ ଗୀତିରେ..!!


ବରଷକେ ଥରେ ଏ ଦିବସ ଆନନ୍ଦ ଉଲ୍ଲାସ ନେଇ,

ସଭିଙ୍କ ମନରେ ମା ମାଟି ପ୍ରେମ ସରାଗ ରେ ଭରି ଦେଇ..!!


ଏଇ ଦିନ ରେ ମନେ ପଡ଼ିଯାଏ ପୁରୁଣା ଦିନ କଥା,

ବିଦେଶରୁ ଆସି ଇଂରେଜ ମାନେ ଦେଇଥିଲେ କେତେ ବ୍ୟଥା..!!


ଆମ ଏ ଦେଶର ନିରୀହ ଲୋକଙ୍କୁ କୌଶଳେ ଶାସନ କରିଲେ,

ଅତ୍ୟାଚାର କରି ନିର୍ଦ୍ଦୟ ଭାବରେ ସର୍ବସ୍ବ ଲୁଟିନେଲେ..!!


ଆମ ଦେଶ ଥିଲା ସୁନାର ଦେଶ ଯାହା ବୈଭବ ଭରା,

ତିଳ ତିଳ କରି ସବୁ ନଷ୍ଟ କଲେ ଧରାକୁ ମଣିଲେ ସରାୟ..!!


କିଛି ବର୍ଷ ପରେ ସ୍ୱାଧୀନତା ସଂଗ୍ରାମ ତେଜି ଉଠିଲା ଦେଶରେ,

ଆବାଳ ବୃଦ୍ଧ ବନିତା ସମସ୍ତେ ଲଢ଼ିଲେ ସଂଗ୍ରାମୀ ବେଶରେ..!!

ଗାନ୍ଧୀ ଗୋପବନ୍ଧୁ ସୁଭାଷ ଆଦି ଅଗ୍ରଣୀ ଭୂମିକା ନେଲେ,

ଦେଶବାସୀ ମିଶି ଏକତାର ବଳେ ଇଂରେଜଙ୍କୁ ତଡିଦେଲେ..!!


ସ୍ୱାଧୀନ ହୋଇଲା ଆମରି ଦେଶ ସଂଗ୍ରାମୀଙ୍କ ତ୍ୟାଗ ପାଇଁ,

ନିଜ ହାତରେ ଆମେ ନିଜେ ଶାସିତ ଗର୍ବ କରୁ ଏଥି ପାଇଁ..!!

ହିନ୍ଦୁ ମୁସଲିମ ଶିଖ ସାଇ ଆମେ ସବୁ ଭାଇ ଭାଇ

ବିଭିନ୍ନତା ମଧ୍ୟେ ଏକତାର ମନ୍ତ୍ର ଗାଉ ଏକାଠି ହୋଇ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational