STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ଚିଠି ବର୍ଷାକୁ

ଚିଠି ବର୍ଷାକୁ

1 min
36


କେଉଁଆଡ଼େ ଯାଉଛ ବାନ୍ଧବୀ

କେଉଁ ନୂଆ ପ୍ରେମରେ ପଡିଲ

ଆମ ଘର ବାଟ ଦେଇ ଗଲାବେଳେ

ତୁମ ନୀଳ ଶାଢ଼ୀର ଉହାଡ଼େ

ଟିକେ ନଚାହିଁଲ?

ତୁମସାଥେ ଭାବସବୁ 

ମନେପଡେ ବିଜନ ବେଳାରେ ।

ଯେମିତି ତୁମର ପ୍ରୀତି

ଗୁଡ଼ପରି ଲାଗିଆସ

ଅଠାକାଠି ପରି

ମିଠାମିଠା ରାଗିଣୀରେ

ଟାହିଟାପରା ଉଲ୍ଲାସ ବେଳାରେ 

ଭିଜା ଭିଜା ଜୋଛନା ରାତିରେ ।

କେଉଁ ଦେଶେ ବାନ୍ଧିଲ ହେ ବସା

ପର୍କୀୟା ପ୍ରେମିକ ଛନ୍ଦରେ

ମନ୍ଦ ମନ୍ଦ ପରଶିଲ ପ୍ରୀତି

ଚନ୍ଦ୍ରଭାଗା ସାଗର ବେଳାରେ

ଭୁଲିଗଲ କେଦାର କ୍ଷେତ୍ରକୁ

କିବା ଚାଲିଗଲ ସହରକୁ

କଳାକୃତି ତାରକା ମହଲେ

ନିଜକୁ ସଜେଇ ରାଣୀ

ରୂପ ବିକିବାକୁ।

ନିଦାଘ ଚାତକ ମଣ୍ଡୁକ ପ୍ରାଣରେ

ଛିଞ୍ଚି ଦେବ ବୋଲି

ତରୁବର ମରୁଭୂମି ଝୁରେ

ଦୃବାଦଲ ଲେଖେ ଚିଠି

ଅସଗୋ ପରାଣ ପ୍ରିୟା

ଝୁରେ ମାଟିଗୋଡି

ଘୋଟିଆସ ଘଞ୍ଚ କଲା କୁନ୍ତଳା ସଜାଡି

ଅଜାଡିଦିଅ ଗୋ ବାରୀ

ସଜାଡି ନୀଳପାଟଶାଢ଼ୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational