ଭୂତାଣୁଠାରୁ ବିପଦ ଜନକ
ଭୂତାଣୁଠାରୁ ବିପଦ ଜନକ


ଗୋଟିଏ କଥା ଗୋଟିଏ ଚର୍ଚ୍ଚା, ଚାଲିଛି ଘରେ ବାହାରେ,
କରୋନା ଆସି କଅଣ କଲା, ଆମରି ସୁନା ସଂସାରେ ?
ମାନବ ଜାତି କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ କହିଲେ,
ଦୀପଟି ଜାଳି ପ୍ରାର୍ଥନା କର ଭଲ ପ୍ରସ୍ତାବ ଥୋଇଲେ |
ଥୋକାଏ ବସି କହନ୍ତି ଆମେ ମାନିବୁ ନାହିଁ ନିୟମ,
ନିଜେ ମରିବୁ ସବୁ ମାରିବୁ ହୀନ ତାଙ୍କର କରମ |
ଭଲକଥା କେ କହିଲେ ତାକୁ ହସିକି ଦେବୁ ଉଡ଼େଇ,
ଦାୟିତ୍ୱହୀନ ଭାଷଣ ଦେବୁ ଦେଖାଇ ନିଜ ବଡ଼େଇ |
ଏଇ ଦେଶରେ ଅଛନ୍ତି ଲୁଚି ଅନେକ ଶିଖି ମନେଇ,
ଚରଣ ପରି ଶତ୍ରୁକୁ ଆଣି ଦିଅନ୍ତି ବାଟ ଦେଖେଇ |
ରାଜନୀତିର ପଶାପାଲିରେ କେତେକ ନାକ ଟେକନ୍ତି,
ଜାତି ଘାତକ ସଂସ୍କୃତି ମାରୁ ନିଜ ବିବେକ ବିକନ୍ତି |
ଛୁରୀ କାକୁଡ଼ି ହାତରେ ଯା'ର ସିଏ ତ କାଟି ଖାଉଛି,
ଯେତେ ଦରମା ପାଇଲେ ପୁଣି ତାକୁ ନିଅଣ୍ଟ ହେଉଛି |
ଗରିବ ଧନ ବିଷ ସମାନ ଖାଇବା ଲୋକ ମରିବ,
କୌଶଳ କରି ଖସିଗଲେ ବି ପରିବାର ହିଁ ଭୋଗିବ |
ଲୁଟେରା କିଛି ଚାକିରୀ କରି ଅଛନ୍ତି ସରକାରରେ,
ଲାଞ୍ଚ ମିଛରେ ଧନ ବଢ଼ାନ୍ତି ନାକ ବୁଡ଼େଇ ହାଣ୍ଡିରେ |
ଧରା ପଡ଼ିଲେ ନିଜର ସିନା ମାନ ମହତ ଯାଉଛି,
ଯାହାପାଇଁ ସେ ଧନ ସଞ୍ଚୁଛି ଅକର୍ମା ଚୋର ହେଉଛି |
ଭୂତାଣୁ ଠାରୁ ବେଶି ବିପଦ ହୀନବୁଦ୍ଧିର ମଣିଷ,
ବଗ ମୁଣ୍ଡରେ ଲାଗିବ ଅଠା କାଉ ଖାଉଛି ପଣସ |