ସ୍ବାଧୀନତାର ଜୀବନ
ସ୍ବାଧୀନତାର ଜୀବନ


ମୁଁ ବଞ୍ଚିବାକୁ ଚାହେଁ
ଏକ ସ୍ବାଧୀନତାର ଜୀବନ
ମେଘ ଭଳି
ଘୁରିବୁଲିବାକୁ ଇଛାହୁଏ
ଆକାଶର ନୀଳ ତରଣିରେ
ଏ ପାଖରୁ ସେ ପାଖ
ଚଳ ଚଞ୍ଚଳ ମନରେ
କିଏ ମତେ ଦେଖୁ ବା ନା ଦେଖୁ
କିଛି ଯାଏ ଆସେ ନାହିଁ
ବର୍ଷିବାକୁ ଚାହେଁ ଘନ ଅରଣ୍ୟରେ
ଅବା ନୀଳାମ୍ବୁ ଚିଲିକାରେ
ଅବା ଗହିର ସମୁଦ୍ରରେ
ଓ ନଦୀର ପୃଷ୍ଠ ଜଳ ରାଶିରେ
ସେ ମତେ ଧରି ରଖିପାରୁ
ଅବା ଫିଙ୍ଗି ଦେଉ ସମୁଦ୍ରରେ
କିଛି ଯାଏ ଆସେ ନାହିଁ
ମିଶି ଯିବା ତ ମୋର ଧର୍ମ
ଅଜାଡ଼ି ହେବାକୁ ଚାହେଁ
ଗରିବ ଚାଷୀ ଟିଏର ଚାଷ ଜମିରେ
ତା ପେଜୂଆ ଆଖିରେ ଚମକ୍ ଟିଏ ଦେଇ.
କିଛି ଯାଏ ଆସେ ନାହିଁ ମୋର
ପାହାଡ଼ ମାନେ ମୋତେ ଦେଖନ୍ତୁ
ବା ନ ଦେଖନ୍ତୁ
ମୁଁ କିନ୍ତୁ ଘଷି ହୋଇ ଯିବି
ମୋ ଆନନ୍ଦରେ
ମୋର ଅତି ପ୍ରିୟ, ବିଶ୍ଵସ୍ତ
ନୀଳ ଗଗନରେ,
ମୁଁ କିନ୍ତୁ ବଞ୍ଚିବାକୁ ଚାହେଁ
ପକ୍ଷୀ ମାନଙ୍କ କାକଳିରେ
ମୟୂରର ନାଚରେ
ପ୍ରେମିକାର ପଣତରେ
ମୋ ସ୍ଵାଧୀନତା ରେ ।