କରୋଣା ବୁଝୁନି ଆମରି ଦୁଃଖ
କରୋଣା ବୁଝୁନି ଆମରି ଦୁଃଖ
କରୋଣା କାହିଁକି ବୁଝିବ ବା ସତେ
ପିଲାଙ୍କ କରୁଣ କାହାଣୀ
ସକାଳୁ ସଞ୍ଜ ତ ଘରେ ବସିଵସି
ଆଉ ଏବେ ଭଲ ଲାଗୁନି ।
ସାଙ୍ଗ ସାଥୀ ସାଥେ ଖେଳିବାକୁ ମନା
ପଦାକୁ ମୁଁ ଯାଇ ପାରୁନି
ମାମା କହୁଅଛି ପାଠପଢ ବସି
ପଢିବାକୁ ମନ ଲାଗୁନି ।
ସ୍କୁଲ ପାଠପଢା ଖେଳଛୁଟି ମଜା
ସବୁତ ସପନ ହେଲାଣି
ସାଙ୍ଗସାଥୀଙ୍କର ନାଁ ଆଉ ମୁହଁ
ସବୁ ମୁଁ ତ ଭୁଲିଗଲିଣି ।
ଭୋଜିଭାତ ହେଲେ ମଜା ହୁଏ କେତେ
ଏବରଷ କିଛି ଜମୁନି
ମାଉସୀ ଘରୁକି ପିୟୁସୀଙ୍କ ଘରୁ
ପିଠା ମିଠା କିଛି ଆସୁନି ।
ଜେଜ ଜେଜି ମାଆ ଅଜା ଆଈଙ୍କର
ଘରେ ଆମ ପାଦ ପଡୁନି
&n
bsp; ଦେଖିବାକୁ ତାଙ୍କୁ ଭାରି ଇଚ୍ଛା ହୁଏ
ମାମା ତ କୁଆଡେ ଛାଡୁନି ।
କରୋଣା ଭୟରେ କାମବାଲି ଆମ
ଆଜିକାଲି ଆଉ ଆସୁନି
କାମ କରିକରି ମାମା ଥକ୍କିଯାଏ
ପାପାଙ୍କୁ ତ କିଛି ଆସୁନି ।
କଟକଣାକୁ ତ ଅଣହେଳାଯୋଗୁ
କରୋଣର କୋପ ଥମୁନି
ଦିନକୁ ଦିନତ ବଢୁଛି କରୋଣା
ସଙ୍କ୍ରମଣ ଜମା କମୁନି।
ହାତ ଦେଇ ପରା କରୋଣା ପସଇ
କଥାଟିକୁ ଭୁଲି ଯାଅନି
ସବୁନରେ ହାତ ସଫାରଖିବାକୁ
ହେଳା ଜମା କେହି କରନି ।
କରୋଣା ରୋଗତ ଭଲହୋଇଯାଏ
ରୋଗୀଙ୍କୁ ତ ଘୃଣା କରନି
କରୋଣା ଯୋଦ୍ଧାଙ୍କୁ ସମ୍ମାନ ଦେବାରେ
କେହି କେବେ ହେଳା କରନି ।