STORYMIRROR

Biswajit Sahoo

Inspirational

4  

Biswajit Sahoo

Inspirational

ବାସ୍ କେତୋଟି ଶବ୍ଦ

ବାସ୍ କେତୋଟି ଶବ୍ଦ

1 min
230

ବାସ୍‌ କେତୋଟି ଶବ୍ଦ,

ଯୋଡ଼ି ଦିଏ ନୂଆ ସଂପର୍କ,

ଦେଖାଏ ନୂଆ ସ୍ବପ୍ନ,

ଭରିଦିଏ ଆଶା,ଉଦ୍ଦୀପନା,

ପୁଲକିତ କରେ ପ୍ରାଣ।


ପୁଣି ସେହି କେତୋଟି ଶବ୍ଦ,

ଦେଇଥାଏ ଅନେକ ଯନ୍ତ୍ରଣା,

ଭାଙ୍ଗିଦିଏ ହୃଦୟ,

ତରଳାଇ ଦିଏ କୋହ,

ଝରାଇ ଦିଏ ଲୁହ।


ଆଉ କେତେବେଳେ କିଛି ଶବ୍ଦ,

ଜଣାଇଦିଏ ସଂପର୍କର‌ ମହତ୍ତ୍ୱ,

ବୁଝାଇଦିଏ ଜୀବନର ମାନେ

ଶିଖାଇ ଦିଏ କିପରି...

ମରି ସାରି ବି ବଞ୍ଚିବାର ଅଭିନୟ କରାଯାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational