STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ସତ୍ୟର ରଙ୍ଗ

ସତ୍ୟର ରଙ୍ଗ

1 min
272


ସତ୍ୟର ରଙ୍ଗରେ ଅପୂର୍ବ ଆନ୍ଦଦ


ଗୁଞ୍ଜି ଉଠୁଥାଏ ମହି,


ଅସତ୍ୟ ପ୍ରତୀକ ହୋଲିକା ମରିଲା


ସତ୍ୟର ବିଜୟ ଏହି।୧।


ଯୁଗେ ଯୁଗେ ହୁଏ ଧର୍ମର ଜୟଟି


ପାପର ହୁଅଇ କ୍ଷୟ,


ପ୍ରଭୁ ଆଗମନ ବିନାଶ ନିମନ୍ତେ


ସତ୍ୟର ହୁଏଟି ଜୟ।୨।


ବରଦାନ ପାଇ ହୋଲିକା ରାକ୍ଷସୀ


ପ୍ରଭୁ ବଳେ ଜଳି ମଲା,


ପବିତ୍ର ଧାମରେ ପବିତ୍ର ହୋଲିଟି


ଏହି ଦିନୁ ଠାରୁ ହେଲା।୩।


ବିଭିନ୍ନ ରଙ୍ଗରେ ବିଭିନ୍ନ ରୀତିରେ


ଖୁସିରେ ମାନନ୍ତି ହୋଲି,


ବାଳକ ମାନଙ୍କ ପବିତ୍ର ରାବରେ


ଗୁଞ୍ଜି ଉଠୁଥାଏ ମହି।୪। 


ସମ୍ପୂର୍ଣ୍ଣ ବିଶ୍ବରେ ସତ୍ୟ ହୋଲି ପର୍ବ


ପ୍ରଭାବିତ କରେ ଜନେ,


ପ୍ରଭୂଙ୍କ ଚରଣେ ଭକ୍ତିର ରଙ୍ଗଟି


ଭକ୍ତ କରେ ମନେ ମନେ।୫।


ସତ୍ୟର ରଙ୍ଗରେ ଅପୂର୍ବ ଆନନ୍ଦ


ଗୁଞ୍ଜି ଉଠୁଥାଏ ମହି,


ଅସତ୍ୟ ପ୍ରତୀକ ହୋଲିକା ମରିଲା


ସତ୍ୟର ବିଜୟ ଏହି।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational