STORYMIRROR

Er. Prakash Majhi

Inspirational

4  

Er. Prakash Majhi

Inspirational

କୃଷକ

କୃଷକ

1 min
369

ଯଉବନ ଅବା ଶୈଶବ ବାର୍ଦ୍ଧକ୍ୟ

ଜୀବର ଜୀବନ ଅନ୍ନ

ମାନବ ଜୀବନ ହଳ ଲଙ୍ଗଳରେ

ନାଶିଥାଇ ଅନାଟନ। (୧)

ଫଗୁଣରେ ଚଷ କୁଟୁମ୍ବକୁ ପୋଷ

କରି ବପିତ ବିହନ

ଆଷାଢ ମାସର ଶୁଭ ଅନୁକୂଳ

କରି ବୁଣା-ବେଉଷଣ। (୨)

ଶିକ୍ଷିତ ଉନ୍ନତ କୃଷି ନିୟୋଜିତେ

ବଢିବ ଅମଳ ମାନ

ମାଟିର ମଣିଷ ମାଟି ସାଥେ ଲଢି

ଫୁଟାଇବା ଆସ ସ୍ବର୍ଣ୍ଣ। (୩)

ଶିରାବଣ ଧାରା କରି ବେଖାତର

କରିଲେ ଖେତରେ କାମ

ହାଡଥରା ଶୀତେ ଅମଳେ ତୋଳିବା

ସୁନାର ଜଗତ ଆମ। (୪)

କୃଷିର ବିହୁନେ ପ୍ରଗତିର ହାନି

କୁବେର ବି ମାଗେ ଭିକ

ଭାଗ୍ୟ ଭବିଷ୍ୟତ ଆମରି ହାତରେ

ହୋଇବା ଆସ କୃଷକ। (୫)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational