STORYMIRROR

Krushna Chandra Dakua

Inspirational

4  

Krushna Chandra Dakua

Inspirational

ତପସ୍ୟା ତ ଚାଲିଛି ( କେବେ ଭଉଣୀର ଭୂମିକାରେ )

ତପସ୍ୟା ତ ଚାଲିଛି ( କେବେ ଭଉଣୀର ଭୂମିକାରେ )

1 min
190

ରୂପା ମାଷ୍ଟ୍ରାଣୀର କଣ୍ଠରୁ ଆସୁଥିବା ଗୁଳିମାଡ଼ 

ମୋ କାନରେ ବାଡେଇ ହେଲା 

ଜୀବନ ଚାଲିଯିବାର ଚିତ୍କାର ଆସିଲା

ଶୂନ୍ୟରେ ରକ୍ତ ବର୍ଷା ହେଲା,

ଯାହା ଥିଲା ରୂପା'ର ବାପାଙ୍କୁ ଗୁଳି ମାଡ଼

ଅନ୍ୟାୟ ବିରୋଧ, ଦୁର୍ନୀତି ବିରୋଧ ଓ 

ଲୁଣ୍ଠନ'ର ବିରୋଧରେ ପ୍ରତିବାଦର ପ୍ରତିଫଳନ !


ନିଜକୁ ଜଣାଥିଲା ମୁଁ ଜଣେ ଶୃଙ୍ଖଳିତ ଶିକ୍ଷକ

ନିଜକୁ ଜଣାଥିଲା ମୁଁ ଜଣେ ସଚେତନ ନାଗରିକ 

ନିଜକୁ ଜଣାଥିଲା ସମାଜ ଗଠନରେ ଶିକ୍ଷକଙ୍କ ଦାୟୀତ୍ୱ

ତେଣୁ ଏହା ମୋ ମୌଳିକ କର୍ତ୍ତବ୍ୟ ଓ ମୌଳିକ ଦାୟୀତ୍ୱ ।


ମଣିଷ ତିଆରି କାରଖାନା ତଥା ମୋ କର୍ମସ୍ଥଳ 

ମୋ ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣରେ ଅବ୍ୟବସ୍ଥା

ମୁଁ ମୁହଁ ଖୋଲିବା ଯଦିଓ ଠିକ୍ କିନ୍ତୁ ଭୁଲ ହେଲା

କାରଣ ଏବେ ଏବେ ବଦଳୁଛି ସମାଜ'ର ଆଇନ୍ କାନୁନ୍ 

ସ୍ଥାନୀୟ ନେତା ତଥା ସରପଞ୍ଚ ବାବୁଙ୍କ କାର୍ଯ୍ୟ ବିରୋଧରେ 

ପାଟି ଖୋଲିବା ପରିଣାମ ମୋତେ ଗୁଳିମାଡ଼ 

ଏମିତି ଅନେକ ଜୀବନଚର୍ଯ୍ୟା ଥିଲା 

ରୂପାଙ୍କ ବାପା ଜୀବନରେ ।


ଏବେ ଦାୟୀତ୍ୱ ଭଉଣୀ ଭୂମିକା'ରେ 

ଦାୟୀତ୍ୱ ଘରର ଝିଅ ଭୂମିକାରେ

ସାନ ଭାଇ ଓ ମାଆ ମୁହଁରେ 

ହସ ଉଲ୍ଲାସ ଫୁଟାଇବାର ଦାୟୀତ୍ୱ 

ନିଜକୁ ଜଳାଞ୍ଜଳୀ ଦେଇ 

ଦୁଇ ପ୍ରାଣୀ ମୁହଁରେ ହସ ଫୁଟାଇବା'ର ଦାୟୀତ୍ୱ .........!!


(ପୁଣୀ ଭେଟ ହେବା କ୍ରମଶଃ ଅଧ୍ୟାୟରେ )



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational