Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Champabati Rana

Inspirational

4  

Champabati Rana

Inspirational

ପ୍ରକୃତି

ପ୍ରକୃତି

1 min
843


କି ସୁନ୍ଦର ତାର ଅପରୂପ 

ଗଢ଼ା କେତେ ଉପାଦାନେ  

ଏହାର ସ୍ରଷ୍ଟା ପରିଚିତ 

ଜଗତ ଈଶ୍ୱର ନାମେ   l


କେତେ ନଦନଦୀ ଅଛି 

ପୁଣି କେତେ ସାଗର 

ସମସ୍ତ ଙ୍କ ପୁଣି କେତେ

ଯେ ବିଶାଳ ଆକାର   l 


କୋଟି କୋଟି ତାର ମଧ୍ୟେ 

ଗୋଟିଏ ତ ସୂର୍ଯ୍ୟ 

କୋଟି ଦେବତା ଙ୍କ ମଧ୍ୟେ

ଦେବତା ଯେ ଇନ୍ଦ୍ର    l


ଆକାଶ ର କଳାମେଘ 

ଦିଶେ କେତେ ଶୋଭବନ 

ମୟୁର ନାଚେ ଆଜି 

ପିନ୍ଧି କେତେ ଆଭରଣ  l


ଫୁଲଫଳ ଭରା ଏହି 

ଆମରି ବଣରେ 

ବୁଲୁଥାନ୍ତି ପ୍ରଜାପତି 

ପୁଣି ମନ ଆନନ୍ଦରେ  l


କେତେ କେତେ ପଶୁପକ୍ଷୀ 

ଜାତ ଏ ଧାରରେ 

ଘୁରି ବୁଲୁଛନ୍ତି ଏହି 

ବିଶାଳ ବଣରେ    l


ପ୍ରଭାତ ର ଆଗମନେ 

ଫୁଟେ ଯେ କମଳ 

ବର୍ଷା ଋତୁରେ ଚାଷୀ ଭାଇ 

କରେ ଯେ ଅମଳ    l


ପୂର୍ବ ଦିଗେ ସୂର୍ଯ୍ୟ ଉଦୟେ 

ଅସ୍ତ ହୁଏ ପଶ୍ଚିମରେ 

ପୁଣି ଚନ୍ଦ୍ର ଦିଶଇ 

ସୁନୀଲ ଆକାଶରେ   l



Rate this content
Log in

Similar oriya poem from Inspirational