ସ୍ମୁତି ଅର୍ଘ୍ଯ
ସ୍ମୁତି ଅର୍ଘ୍ଯ
ନଶ୍ବର ଶରୀର ସିନା ଗ୍ରାସିଲା ଶ୍ମଶାନ
ଯଶୋଦେହ ତୁମ ହେ ପ୍ରଜ୍ଞାପୁରୁଷ
ସଦା ଚିର ଅମଳିନ ।
ଆହେ ରୂପକାର ପ୍ରିୟ କଥାକାର
ପ୍ରହରୀ ତନ୍ଦ୍ରାଲୋକର
ଶ୍ରଦ୍ଧାଶୀଳ ତୁମ ବିରଳ ବ୍ଯକ୍ତିତ୍ବ
ଚିଠି ଶେଷ ବସନ୍ତର।
ବାଗ୍ମୀ ଦାର୍ଶନିକ ହେ ପ୍ରଜ୍ଞାପୁରୁଷ
ଅପ୍ରତିଦ୍ଵନ୍ଦୀ ଲେଖକ
ସାହିତ୍ୟ ଜଗତେ ଚିର ପରିଚିତ
ସାରସ୍ବତର ସାଧକ ।
ପ୍ରଚଣ୍ଡ ପ୍ରତିଭା ଅଧିକାରୀ ହୋଇ
ଅମୃତ ଫଳ ଚଖାଇ
କାହା ଇଶାରାରେ ଚାଲିଗଲ ତୁମେ
ଲୁହ ସାଗରେ ଭସାଇ ।
କୋଟି ହୃଦୟର ଜୀବନ ଜିଜ୍ଞାସା
ଥିଲ ପ୍ରଜ୍ଞା ପ୍ରଦୀପିକା
ନବ ଉତ୍କଳର ସୁଯୋଗ୍ଯ ସନ୍ତାନ
ସ୍ତବକ ର ସ୍ମରଣିକା ।
ଆଧ୍ଯାତ୍ମିକ ଧାରା ଦିବ୍ୟ ଚେତନାର
ଦୀପ ଶିଖା ଥିଲ ତୁମେ
ଦର୍ଶନ ରେ ଭରା ଜୀବନର ମାର୍ଗ
ଦୁର୍ଲଭ ଏ ଧରାଧାମେ ।
ଧୂମାଭ ଦିଗନ୍ତ, ଦୂର ଦୂରାନ୍ତର
ଅବୋଲକରା କାହାଣୀ
ଆରଣ୍ୟକ ଆଉ ଲକ୍ଷ୍ମୀ ଅଭିସାର
ଥିଲା ସେ'ତ ମୁକ୍ତାମଣି ।
ଆହେ ଦିଗଦର୍ଶକ ବିଜ୍ଞ ସାହିତ୍ୟିକ
ପଦ୍ମଶ୍ରୀ ପଦ୍ମଭୂଷଣ
ଚିର କାଳ ପାଇଁ କୋଟିଜନ ମନେ
ତୁମେ ଯେ ସୂର୍ଯ୍ୟ କିରଣ ।
ସାହିତ୍ୟ ଆକାଶେ ଉଜ୍ବଳ ଜ୍ଯୋତିଷ୍କ
ତୁମେ ଜ୍ଞାନ ଶିରୋମଣି
ଶବ୍ଦର କୋଣାର୍କ ତୋଳି ଦେଇଗଲ
ପ୍ରଥିତୟଶା ବିନ୍ଧାଣି ।
ସମୁଦ୍ର କ୍ଷୁଧାରୁ ଆରମ୍ଭ କରିଲ
ପ୍ରଥମ ଗଳ୍ପ କାହାଣୀ
ଅଲିଭା ସ୍ବାକ୍ଷର ବାଲ୍ଯ ସ୍ମୁତି କଥା
ସୃଜିଲ ମନକୁ ଜାଣି ।
ଭିନ୍ନ ମଣିଷ ଓ ଅରଣ୍ଯ ଉଲ୍ଲାସ
ଆବୁପୁରୁଷର ଗାଥା
ଅଦୂର -ବିଦେଶ ଭାରତ ଆତିଥ୍ଯ
ଶତକର ଉପକଥା ।
ସାହିତ୍ୟ ଜଗତେ ସୁନାମ ଅର୍ଜିଲ
ଦୀପ୍ତି ମନ୍ତ ଆଭା ହୋଇ
କାଳର କବଳେ ମହା ନିଦ୍ରାଗଲ
ସ୍ତବ୍ଧ ତୁମେ କରି ଦେଇ ।
କେତେ ସମ୍ମାନ ରେ ସମ୍ମାନିତ ହେଲ
ସର୍ବୋଚ୍ଚ ଶିଖର ଯାଇ
ବୀଣାପାଣି ଙ୍କର ଥିଲ ବରପୁତ୍ର
ବିଷ୍ଣୁଶର୍ମା ରୂପ ନେଇ ।
କୋଟି ପ୍ରଣିପାତ କରୁଛି ଚରଣେ
ଭକ୍ତି ଶ୍ରଦ୍ଧାଞ୍ଜଳିଦେଇ
ହେ ପୁଣ୍ଯାତ୍ମା ତୁମେ ଆଉ ଥରେ ଆସ
ବାଗ୍ମୀ ଲେଖକ ଟେ ହୋଇ ।