STORYMIRROR

Kananbala Das

Inspirational

4  

Kananbala Das

Inspirational

ଜୟ ମା' ସରସ୍ୱତୀ

ଜୟ ମା' ସରସ୍ୱତୀ

1 min
253


ଶ୍ରଦ୍ଧା ର ସ୍ୱରୂପା ମାତା ବିଶ୍ଵରୂପା

   ଶୁଭ୍ର ବସ୍ତ୍ର ପରିହିତା,

କଜ୍ବଳେ ଉଜ୍ବଳ ନୟନ ଯୁଗଳ

   ଚାରୁ ସଂସ୍କୃତି ସମ୍ପଦା।


ଗଳାରେ ମୁକୁତା ହାର ସୁଶୋଭିତା

   ଶ୍ରୀ ସମ୍ପର୍ଣ୍ଣା ମା ଭାରତୀ,  

କର୍ଣ୍ଣେ କୁଣ୍ଡଳ ହସ୍ତେ ସ୍ଫଟିକ ମାଳ

    ପଦ୍ମାସନୀ ସରସ୍ୱତୀ।


ବିଦ୍ୟା ଅଧିଷ୍ଠାତ୍ରୀ ଦେବୀ ଭଗବତୀ

   ତବ ପଦେ ରହୁ ଧ୍ୟାନ,

ତୁମ ଆରାଧନା ପାଇଁ ବୀଣାପାଣି

   ହସେ ବିଦ୍ୟା ନିକେତନ।


ଜ୍ଞାନ ପ୍ରଦାୟିନୀ ଦେବୀ ବୀଣାପାଣି

   ଆଦ୍ୟାଶକ୍ତି ସରସ୍ୱତୀ,

ଅଜ୍ଞାନ, ତମସା ଦୁରକର ମାତା

   ବୁଦ୍ଧି ଜ୍ଞାନ ସିଦ୍ଧି ଦାତ୍ରୀ।


ଆସ ଅବତରି ଆଲୋକ ବିସ୍ତାରି

   ପ୍ରଜ୍ଞା, ବିଦ୍ୟା ପ୍ରଦାୟିନୀ,

ପ୍ରଣମାମୀ ପଦେ ଅମ୍ବୁଜ ବାସିନୀ

    ବିଶ୍ଵ ଜ୍ଞାନ ସ୍ଵରୁପିଣୀ।


ସକଳ ଜ୍ଞାନର ଦିବ୍ୟ ଅଭିଧାନ

   ମା' ସାରଦା ଜ୍ଞାନ ଦାତ୍ରୀ,

ମରାଳ ବାହିନୀ ବିଘ୍ନ ବିନାସିନୀ

 ଘେନ ଦେବୀ ମୋ ପ୍ରଣତି।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational