STORYMIRROR

DHARITRI SAHU

Inspirational

3  

DHARITRI SAHU

Inspirational

ନିରଳସ ଅପରାହ୍ନ

ନିରଳସ ଅପରାହ୍ନ

1 min
380

ଦେଖିଛି ଦୁନିଆଁ

ଦେଖି ସାରିଲିଣି ଜୀବନ

ଆଉ କ'ଣ ଦେଖିବାକୁ

ବାକି ରହିଲା।

ରଙ୍ଗୀନ ପ୍ରଜାପତି ପଛରେ

ଧାଇଁ ବା ଠାରୁ ଆରମ୍ଭ କରି

କୃଷ୍ଣ ଚୁଡ଼ା ଫୁଲକୁ

ଘଣ୍ଟା ଘଣ୍ଟା ଧରି ଚାହିଁ ରହି ହଜିଯିବା।

ତାରାଫୁଲ ସାଥିରେ

ନିରବରେ କଥା କହିବା

ଠାରୁ ଆରମ୍ଭ କରି

ନିସ୍ତବ୍ଧ ରାତିରେ ଜହ୍ନର ଜ୍ୟୋତ୍ସ୍ନାକୁ

ମନଭରି ଉପଭୋଗ କରିବା।

ସଂସାରର ମାୟା ମୋହ ଭିତରୁ

ଖୁସିର, ସୁଖର କଉଡ଼ି ଗୁଡ଼ିକୁ

ସାଉଁଟି ଅଣ୍ଟାରେ

ସାତ ଗଣ୍ଠି ଦେଇ ସାଇତି ରଖିବା

ଠାରୁ ଆରମ୍ଭ କରି

ନିଦାଘ ମଧ୍ୟାହ୍ନରେ

ମୁଣ୍ଡ ଝାଳ ତୁଣ୍ଡରେ ମାରି

ବିନା ଦ୍ବିଧାରେ ଦିନ ଦ୍ବିପହରେ

ଶୁଖିଲା ପୋଖରୀ ପହଁରିଯିବା।

ଆଶା ଭରସା ବିଶ୍ଵାସର

ମିନାର ତିଆରି କରି

ତା ଶିଖରରେ ଛିଡ଼ା ହୋଇ

ଆତ୍ମ ତୃପ୍ତିର ଦୀର୍ଘ ନିଶ୍ଵାସ ମାରିବା

ଠାରୁ ଆରମ୍ଭ କରି

ବିଫଳତାର ଶେଷ ସୋପାନରେ

ପଡ଼ି ଯନ୍ତ୍ରଣାରେ ଜର୍ଜରିତ ହୋଇ

ଆର୍ତ୍ତ ଚିତ୍କାର ଛାଡ଼ିବା।

ଉତ୍ତରାଧିକାରୀ ଲୋଭରେ ନିଜ ପରିଚୟ ଭୁଲି ବସିବା

ଠାରୁ ଆରମ୍ଭ କରି

ଅନ୍ୟର ପତ୍ରରେ ନିଜକୁ

ଅଯାଚିତ ଭାବେ ଉତ୍ସର୍ଗ କରିବା।

ଏ ସବୁ ତ ସରିଛି

ଆଉ ଅବଶେଷ କଣ ?

ବୟସର ଏ ନିରଳସ ଅପରାହ୍ନ"ର

ମାନେ କ'ଣ ?

ସବୁଥିରେ ନିଜକୁ

ଗୋଟେଇ ସାଉଁଟି ଯୋଡିବା,

ଆଉ ଅନାବଶ୍ୟକ ଭାବେ

କାଳ ପାତ୍ର ଅନୁଯାୟୀ

ଭଣ୍ଡାର ଘରକୁ ଓହରାଇ ନେବା।

ଭଗବାନ" ଏ ଆୟୁଷକୁ

ଫେରେଇ ନେଇ ଗଲେ

ଭଲ ହୁଅନ୍ତା ନାହିଁ ବନ୍ଧୁ ?

ସତରେ କଣ ଆବଶ୍ୟକ ଅଛି

ଏ ଅପରାହ୍ନ ଗୋଧୂଳିର!!!!

ଯଦି କିଛି ମହତ ଉଦ୍ଦେଶ୍ୟ

ଅଛି କେବଳ ଇଶ୍ଵରଙ୍କ ମନେ,!!

ରାତ୍ରୀ ଉପଗତ ହେବା ପୂର୍ବରୁ

ହୃଦୟର କୋଣେ ଅନୁକୋଣେ

ଭରି ଦିଅ ତୁମରି ପ୍ରେମ ଆଉ ଅନୁକମ୍ପା

ସବୁ ବେଦନା ସିକ୍ତ ସମୟ

ଆଉ ମିଥ୍ୟା ପ୍ରଲୋଭନର

ସଂସାର ମାୟା ଜାଲକୁ କାଟି

ମାନବ ରୂପାନ୍ତରିତ ହେଉ ଅତିମାନବରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational