ପିଲାମାନେ
ପିଲାମାନେ
ପିଲାମାନେ ଆମ ସପନ ଧନ
ଅମର ଭୁବନ ଝରା ସୁମନ |
କୋମଳ ଡଉଲ ଡାଉଲ ତନ
ପିତା ମାତାଙ୍କର ହୃଦ ଚନ୍ଦନ ।
ଜେଜେ ଜେଜୀଙ୍କର ରଙ୍କରତନ
ଶୂନ୍ୟ ଘରେ ପୂର୍ଣ୍ଣ କଳା କେତନ ।
ଠୁକୁରୁ ଠୁକୁରୁ ଚାଲି ଶୋଭନ
ଦରୋଟି ହସରେ ମୋହେ ଭୁବନ ।
ସରଳ ନିଷ୍ପାପ ଦିବ୍ୟ ବଦନ
ଅସରା ସୁଖର ଅମୃତାୟନ ।
ହସ ଭାଷ ଚାଲି ହରଇ ମନ |
ପିଲାମାନେ ପାଠଶାଳା ଶୋଭନ ।
ୟୁନିଫର୍ମେ ହୋଇଥିଲେ ମଣ୍ଡନ
ଖେଳୁଥିଲେ ଶୋଭା ପାଏ ଅଙ୍ଗନ ।
କୋଳାହଳେ କମ୍ପୁଥାଏ ଗଗନ
ଶିଶୁ ମେଳେ ହସ ଖୁସି ବଣ୍ଟନ ।
ଶିଶୁଙ୍କ ଗହଣେ ଗଳ୍ପ କଥନ
ପିଲାଙ୍କ ହସରେ ହସେ ଭୁବନ ।
ପିଲା ଦେଶ ଭବିଷ୍ୟତ ସପନ
ପିଲାଙ୍କୁ ଯିଏ ଦିଅଇ କଷଣ ।
ଶ୍ରମେ ନିୟୋଜନ ଯୌନଧର୍ଷଣ
ତାହାଠୁ ଅଧମ ନାହିଁ ଭୁବନ ।
ଯୋଗ୍ୟ ଶାସ୍ତି ତାର ଅଙ୍ଗ ଛେଦନ
ପିଲା ଦେବଶିଶୁ ଶ୍ରୀଭଗବାନ ।
ଝିଅ ପୁଅ ନିର୍ବିଶେଷେ ସମାନ
ପିଲାମାନଙ୍କର ନିଅ ଯତନ
ମରତ ହୋଇବ ସ୍ୱର୍ଗ ଭୁବନ |
