Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Inspirational

3  

Biswanath Nayak

Inspirational

ଅମୃତ ସନ୍ତାନ

ଅମୃତ ସନ୍ତାନ

1 min
314



ସୂର୍ଯ୍ୟ ସମ ଉଜ୍ଜ୍ୱଳ କରି ,

ଅନ୍ଧକାରର ହୃଦୟ ଚିରି,

ଆଗେଇ ଚାଲ ଅମୃତ ପୁତ୍ର

ବିଜୟଗୀତି ଗାୟନ କରି। 


ମରଣକୁ ଯାଅନା ଡରି ,

ମୃତ୍ୟୁ ତୁମକୁ ପାରେନା ମାରି,

ନିର୍ଭୟେ ଜ୍ଞାନ- ଆଲୋକ ଧରି

ବିନାଶ ଅଜ୍ଞାନତା-ତିମିରି। 


ତୁମ ଭିତରେ ଜ୍ଞାନ-ଆଲୋକ ,

ସ୍ଵାଧୀନତାର ଦିବ୍ୟ ପୁଲକ,

ଜାଗ୍ରତ ହୁଅ ମୁକ୍ତି-ସୈନିକ ,

ହସିବ ନିଶ୍ଚେ ସାରା ମୂଲକ। 


ଅନ୍ଧବିଶ୍ୱାସ,ଅଜ୍ଞାନତା,

ଅପସଂସ୍କୃତି, ଧର୍ମାନ୍ଧତା,

ନାଶ ଏସବୁ ଆତ୍ମଜ୍ଞାନେ

ଦୂର ହୋଇବ ପରାଧୀନତା। 


ମାନବତାର ଦୁର୍ଗ ତୋଳ ,

ହିଂସା,ଦ୍ୱେଷର କବର ଖୋଳ ,

ହେ ବିଜୟପଥର ଯାତ୍ରୀ!

ଯାତ୍ରା ତୁମ ହେବ ସଫଳ। 



Rate this content
Log in

Similar oriya poem from Inspirational