Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Bhusan Das

Inspirational

3  

Bharati Bhusan Das

Inspirational

ଧନ୍ୟ ତୁମେ ବାପୁ

ଧନ୍ୟ ତୁମେ ବାପୁ

1 min
125


ଶୁଭ ଜନ୍ମ ତିଥି ପାଳୁଛେ ସଭିଏଁ

  ସ୍ମୃତି ଚାରଣ କରୁଛେ

ପରାଧୀନତାର ଶୃଙ୍ଖଳରୁ ବାପୁ

  ଯଦିବା ମୁକ୍ତି ପାଇଛେ।

ସ୍ୱାଧୀନତା ଜନ୍ମଗତ ଅଧିକାର

  କହିଥିଲ କାନେ କାନେ

ଅହିଂସା ର ମାର୍ଗ ଦେଖାଇ ଯେ ଥିଲ

  ଏବେ ବୁଝୁଛୁ କି ଦିନେ?

ସତ୍ୟ ନ୍ୟାୟ ଧର୍ମ ପଥରେ ଯିବାକୁ

   ଦେଇଥିଲ ଗୁରୁମନ୍ତ୍ର

ଯନ୍ତ୍ର ଦୁନିଆଁ ରେ ତନ୍ତ୍ର ଏବେ ସାର

  ଲାଗେ ଜୀବନ ବିଚିତ୍ର।

ଧନ୍ୟ ତୁମେ ବାପୁ ଧନ୍ୟ ତୁମ ପଥ

   ରଖିଥିବୁ ସଦା ହୃଦେ

ବରଷକେ ଥରେ ଜନମ ତିଥିରେ

  ଲେଖିଦେବୁ ପଦେ ଅଧେ।

ତୁମରି ମାର୍ଗରେ ଚାଲିବା ପାଇଁ କି

  ଦେଉଥିବୁ ପରାମର୍ଶ

କିଏ ବା ମାନନ୍ତୁ ଅବା ନମାନନ୍ତୁ

  ହେବୁନାହିଁ ଟି ବିମର୍ଷ।

ଦୂରେ ଥାଇ ବାପୁ ଦେଖୁଥିବ ତୁମେ

   ତୁମ ସ୍ବପ୍ନ ରାଇଜକୁ

ଅଧୁରା ରହିଛି ରାମ ରାଜ୍ୟ ସ୍ବପ୍ନ

   ଜିଜ୍ଞାସା ର ଭାବନାକୁ।

ହୃଦେ ଆବିଳତା ଭରିଛି ସଂସାରେ

   ସବୁ ଏଠି ଶୂନ୍ୟ ଶୂନ୍ୟ

ଆସ ହେ ମହାତ୍ମା ଏହି ନିବେଦନ

   ଜୀବନ କରିବ ଧନ୍ୟ।

ଜାତି ସ୍ରଷ୍ଟା ଜାତି ପିତା ହେ ମହାତ୍ମା

   ଜାତିର କଲ୍ୟାଣ ପାଇଁ

ଜାତି ମାନଦଣ୍ଡ ପରଖିବା ପାଇଁ

   ଆସିବ କଷଟି ନେଇ।

ଧନ୍ୟ ତୁମେ ବାପୁ ଏ ଜାତିର ପିତା

  ଦେଉଥାଅ ଆଶୀର୍ବାଦ

ଭାରତ ମାତାର ସୁଯୋଗ୍ୟ ସନ୍ତାନ

   ନରହୁ ମନେ ବିଷାଦ।

ଜୟନ୍ତୀ ରେ ଆଜ ଭେଟୁଛି ପ୍ରଣତି

   ଘେନାକର ଭକ୍ତିପୁଷ୍ପ

ଭାଗ୍ୟବାନ ବୋଲି ମଣିବି ଜୀବନେ

  ଧନ୍ୟ ମୋ ଭାରତ ମାତ।


Rate this content
Log in

Similar oriya poem from Inspirational