ମେ ମାସର ଖରାବେଳ
ମେ ମାସର ଖରାବେଳ
କବିତା ନୁହେଁ କି କାହାଣୀ ନୁହେଁ
ଗ୍ରୀଷମ ଉତ୍ତାପ ଉଜାଣି ବହେ
ସରିଗଲା ମଧୁ ମାସ
ଉଦୁ ଉଦିଆ ଖରାବେଳେ
ଚଇତି ପବନ ବହିଲା
ଗାଁ ମୁଣ୍ଡ ଆମ୍ବ ତୋଟା ମୋତେ ଡାକିଲା ।
ଦୋଳ ବିମାନରେ ଠାକୁର ଆସିଲେ
ଗାଁ ରେ ରୋଷଣୀ ବାଜା ବାଜିଲା
ଥାକ କୁ ଥାକ ଦୋଳ ବିମାନ
ଗାଁ ମେଳଣ ରେ ସଜେଇ ହେଲା
ମେ ମାସ ଖରା ବେଳରେ
ସାଥୀ ସାଙ୍ଗ ମେଳେ ମଉଜ ହେଲା
ଏକାଠି ହୋଇଲେ ସବୁ ସାଙ୍ଗ ସାଥୀ
ନେତି ମାଉସୀ ର ବାଡ଼ିରେ
ଭୋଜି କରିବାକୁ ସଭିଏଁ ପାଞ୍ଚିଲେ
ମେ ମାସ ଖରା ବେଳରେ
ମୁଠି ଅନୁକୂଳ କରିଲା ବଗଲା
ସଉଦା କଲା ନଟିଆ
ଦେଶୀ କୁକୁଡ଼ା କୁ ରାନ୍ଧିଲା ସପନି
ମାଗା ଭାଇ ଗଲା ଗଡିଆ
ଖେପା ଜାଲ ଖଣ୍ଡେ ପକେଇ ଦେଲା ସେ
ଧଇଲା ଗୋଟେ ଶେଉଳ
ରତନି ଅପା ର ମନ ହାଉଁ ପାଉଁ
ଖାଇବ ସୋରିଷ ଝୋଳ
ନେତି ମାଉସୀର ବାଡ଼ିରେ କଦଳୀ
ପିଜୁଳି ଆମ୍ବେଡା ଗଛ
ଆତ ଫଳିଥିଲା ଯାହାକୁ ଯେତେ
ତତେ ସତ ମୋତେ ମିଛ
ସବୁ ଖାଇଦେଲେ ନଟିଆ ବଗଲା
ମନ ଟା ହେଲା ମୋ ତୁଛ
ମେ ମାସ ଖରାବେଳ
ଭୁଲି ନପାରୁଛି ଖେଳ
ଗ୍ରୀଷମ ପରଶ ଭରିଥାଏ ହସ
ବାଡ଼ିରେ ଥିଲା ଗଛ ପ୍ରବଳ
ଚିକିରି ମିକିରି ଚଢେଇ ଛୁଆଏ
ଏ ଡ଼ାଳୁ ସେ ଡାଳ ଡିଅନ୍ତି
ଗୁଣ୍ଡୁଚି ମୂଷା ଦେଖି ଦୂରୁ ଯେବେ
ଖପ କରି ଲୁଚି ଯାଆନ୍ତି
କେତେ ଖୁସି ଲାଗେ ମୋ ଗାଁ ର ତୋଟା
ଯିଏ ବୁଝିଛି ଦେଖିଛି କାନ୍ଦନ୍ତି
ନଈ ପଠା ଆମ୍ବ ତୋଟାରେ
ମେ ମାସ ଖରା ବେଳେ
ବର ଓହଳରେ ଲଟି ଧରି ଯେବେ
ଖେଳୁଥିଲେ ଆନନ୍ଦ ରେ
ବଇଶାଖ ତାତି ଆଷାଢ଼ ବରଷା
ଦୁଲୁକାଏ ଥଣ୍ଡା ପବନରେ
ମେ ମାସ ଖରା ମନେ ପଡୁଛି ଲୋ
ଏବେ ଭାବୁଛି ତତଲା ସହରେ ।