Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Bhusan Das

Abstract

3  

Bharati Bhusan Das

Abstract

ସମ୍ପର୍କ ହାଟ

ସମ୍ପର୍କ ହାଟ

1 min
5


ହାଟ କରିବାକୁ ବାଟ କଢେଇଲା

    ନାଟ ଯେବେ ଲାଗିଥିଲା

ସଂପର୍କ ହାଟକୁ ଯିବାପାଇଁ ପରା

   ଘରଣୀ ଯେ କହିଥିଲା ।

                      ଥରଥର ହାତେ ଧରିଲି ବ୍ୟାଗ

                               ଛତିଟାକୁ ମନକରି

                    ଛାତିରେ ଛନକା ପଶିବା ପୂର୍ବରୁ

                              ବାହାରିଲି ହାଟ କରି ।

ସଂପର୍କ ହାଟରେ ଯାଇ ପହଁଚିଲି

     ଦେଖିଲି ଲାଗିଛି ଭିଡ

ବଡ ପାଟିକରି ଦୋକାନୀ ଭାଇଏ

     କହୁଥାନ୍ତି ବାଟ ଛାଡ ।

            କେତେ ଅଛି ଭାଉ"ସଂପର୍କ"ରଏଠି

                    ପଚାରି ଦେଲି ମୁଁ ଯେବେ

            କେଉଁ ସଂପର୍କ କୁ କିଣିବେ ମଉସା?

                  ଦୋକାନୀ କଥାକୁ ଭାବେ।

ଥାଟକୁ ଦେଖାଇ କହୁଥାଏ ଯାଇ

     କେଉଁ ସଂପର୍କ ଚାହାଁନ୍ତି?

"ପୁଅ କି ବାପର" "ଭଉଣୀ-ଭାଇର"

     ଅବା ପତ୍ନୀ ର ନା ପତି?।

             ଏସବୁ ହରେକ ମାଲ ହେଲାଣି

                    ବିକିଦେବି ଅତିଶୀଘ୍ର

                     ଆଉ ନ ଆଣିବି ହାଟକୁ ମଉସା

                        ମନଟା ଯେ ମୋର ବ୍ୟଗ୍ର ।

ଏ ଥାକରେ ଅଛି ମଣିଷ ପଣିଆ

     ବିକିବାକୁ ଭାରି କଷ୍ଟ

ପ୍ରେମର ସଉଦା ଧରି ଚାଲିଯାନ୍ତି

     ଜଣାଇ ଦିଅନ୍ତି ରାଷ୍ଟ୍ର ।

                   ଅବାକ ଦୃଷ୍ଟିରେ ଚାହିଁଲି ନିରେଖି

                            ହସିଦେଲି ହସଟିଏ

                   ଧୀର କଣ୍ଠସ୍ଵରେ ପଚାରିଲି କାନେ

                           ବନ୍ଧୁତା ଅଛି ପାଖରେ?

ହାତଯୋଡି କହେ ଦୋକାନୀ ଭାଇଟି

      କ୍ଷମା କରିବେ ମଉସା

ଏହି ସଂପର୍କର କିଣାବିକା ନାହିଁ

     ଲୋଡାନାହିଁ ମୋର ପଇସା ।

                  ଅମୂଲ୍ୟ ସଂପଦ ବନ୍ଧୁତା ଅଟଇ

                          ମୂଲ୍ୟ କେ ଦେଇ ପାରିବ?

          ବଜାର ଘାଟରେ ବିକ୍ରି ହେଲେ ଦିନେ

                            ସମ୍ପର୍କ ଉଜୁଡିଯିବ ।

                          


Rate this content
Log in

Similar oriya poem from Abstract