STORYMIRROR

kahnu charan sahu

Abstract

3  

kahnu charan sahu

Abstract

କଥା ତ ଏତିକି

କଥା ତ ଏତିକି

1 min
187


କିଛିଦିନ ଆଗରୁ

ଆପଣା ଇଲାକାର ଜଣକୁ

ମାଗିଥିଲି ମୁଠାଏ ସମୟ 

ଆଶାଥିଲା ବୁଝିବ ସେ 

ସରଳ ହୃଦୟ ।


କିଛି ଦିନ ଚାଲିଲା

ବାହାନାର ଅଙ୍କ କଷାକଷି

ପରିଶେଷେ କେଇ ପୁଞ୍ଜା ଶବ୍ଦ 

ଭାଙ୍ଗିଦେଲେ ମନର ସେ ଆଶା 

ପାରିଲିନି ନିଜକୁ ଆଉ ରୋକି

ନିଜେ ନିଜ ଭରସାକୁ ଦେଇଦେଲି ଫାଶୀ,

ଯାହାକୁ ବିଶ୍ୱାସ କରୁଥିଲି

ସେ ହିଁ ଭାଙ୍ଗିବାରେ 

ଅଧିକ ହେଉଥିଲା ଖୁସି ।


ଆଜି ବି ଅସମ୍ପୂର୍ଣ୍ଣ 

ମାରି ପାରିନି କର୍ମର ସେ ଚୂଳ

ନିଜକୁ ପାଇବାର ମୋହରେ,

କିନ୍ତୁ ନିରାଶ କରିଥିବା ମଣିଷ

ଗଢି ଚାଲିଛି କୋଣାର୍କ ପରେ କୋଣାର୍କ ।


ବୁଝିଗଲି ଏଇ ଭିତରେ

ଦିଆ ନିଆ ଆଉ ସମ୍ପର୍କର ଡୋରୀ

ବାଃ ବାଃ ରେ ଥିଲା ଭରପୁର 

ବାସ୍ ! କଥା ତ ଏତିକି 

ମୁଁ ବିଶ୍ୱାସୀ ଥିଲି 

ଆଉ ସେ ମାଖିଥିଲା ଅଭିନୟ କାଳୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract