STORYMIRROR

kahnu charan sahu

Abstract

3  

kahnu charan sahu

Abstract

ମୁଁ ଗାଉଁଲିଟେ ବୋଲି

ମୁଁ ଗାଉଁଲିଟେ ବୋଲି

1 min
225


ମୁଁ ଗାଉଁଲିଟେ ବୋଲି

ତମେ ମୁହଁ ମୋଡ଼ି ଯାଅ ଚାଲି

ଚାହିଁବା ବଦଳରେ 

ଚେତେଇବାକୁ ପସନ୍ଦକର ବେଶୀ ।


ମୁଁ ଗାଉଁଲିଟେ ବୋଲି

ଟାଣିଦିଅ ଅଦେଖା ଲକ୍ଷ୍ମଣ ରେଖା

ତମ ଆଉ ମୋ ଭିତରେ,

ଯାବତୀୟ ଚେତନାକୁ ତଡିଦେଇ

ମସଗୁଲ ହେଇଯାଅ ଆଉ କା' ଅପେକ୍ଷାରେ ।


ମୁଁ ଗାଉଁଲିଟେ ବୋଲି

ଭାବିନିଅ ବୋଧେ ବୁଝି ପାରେନି କିଛି

ଆଉ ଲାଗିପଡ଼ ଦଳି ଚକଟି ଖିନଭିନ୍ କରିବାରେ

ସମ୍ପର୍କର ନୂଆ ଦିଗନ୍ତ ଖୋଜି ।


କେବେ ଚେଷ୍ଟାକରି ଦେଖ ମାପିବାକୁ

ଗାଉଁଲି ମନର ଗଭୀରତା,

ପଢ଼ିଦେଖ ଥରେ ହସିବା ପଛରେ

ଲୁଚି ରହିଥିବା ବାସ୍ତବତା ।


Rate this content
Log in

Similar oriya poem from Abstract