ବା
ବା


ଦିନ୍ସାରା ନିଜର୍
ଝାଲ୍ ବୁହା ପରିଶ୍ରମ୍
ନୁନ୍ ମିର୍ଚା ବାସିଥିର୍ କେ
ନେଇକରି ବଞ୍ଚ୍ବାର୍ ଟା ହିଁ ତ
ତାର୍ ଜୀବନ୍ ।
ଜେଭେ ଦେଖ୍ଲେ
ଗନି ହେଇଯାଉଥିସି
ଦିହର ସବୁ ପଞ୍ଜରା ହାଡ଼୍
ଆଗ୍କେ ଆଗ୍କେ
ନର୍ଦି ନର୍ଦି କର୍ସି କବାର୍ ।
ତାହେରୁ ତ ଦୁଇ ପଏସା
ଦେବା ସାଉକାର୍ ।
କେଭେ ନେଇଁ ତଉଲି
କେଜି ବଟ୍କରା ଥି
ନିଜର୍ ଜୀବନର୍ ମୁଲ୍
ଛୁଆକର୍ ମୁହେଁ ଦାନା
ଆରୁ ଆଲ୍ମାଲ୍
ଗିଜ୍କେ ଲେକ୍ରି ଖଣ୍ଡେ
ଖଞ୍ଜି ପାର୍ଲେ ଉସତ୍ ହେସି ଯେ,
ସେ ତ ମୋର ବା ।