Bharati Bhusan Das

Abstract

4  

Bharati Bhusan Das

Abstract

ଉପହାର

ଉପହାର

1 min
7



ଆଞ୍ଜୁଳାଏ ସ୍ନେହ

         ମୁଠାଏ ମମତା

ଭରିଦିଏ ହୃଦୟ ରେ........" ଉପହାର" ଟିଏ

    ଭେଟିଦେବାକୁ.....

ସାଉଁଣ୍ଟୁ ଥାଏ ସବୁ ସମ୍ପର୍କ ର

     ସୀମାରେଖା ଭିତରେ

           ପ୍ରୀତିର ବନ୍ଧନରେ..........

କେବେ ଦେବତାଙ୍କ ଚରଣରେ......ତ

ପୁଣି କେବେ..ନିଜର ପ୍ରିୟଜନ ମାନଙ୍କ ହୃଦୟରେ....

   ଉପହାରର ସଜ୍ଞା ନଥାଏ........

କେତେ ମୂଲ..... କେତେ ବା ଅମୂଲ.....

   ଦରଭିଜା କାକରର ବିନ୍ଦୁ ବିନ୍ଦୁ ଶିଶିର କଣିକାରେ

ଫୁଲଟିଏ...... ଭିଜି ଯାଇଥାଏ ସତ

କିନ୍ତୁ, ଚାହିଁଥାଏ..... ପହିଲି ସୂରୁଜ ର

     ପହିଲି ପରଶ ରେ.... ଟିକେ ସ୍ନାତ ହେବା ପାଇଁ

ଉପହାର..... ଠିକ ସେମିତି ଏକ.......

      ଆକାଂକ୍ଷିତ.... ମନର ବାସନା ଟିଏ

ହୃଦୟରେ ଭରି ଦେବା ପାଇଁ.......

           ପ୍ରୀତି ର ଫଗୁଣ........

ଆଞ୍ଜୁଳାଏ ସ୍ନେହ ର ଦରୋଟି ଭାଷାରେ

     ମୁଠାଏ ମମତାକୁ...... ବାଣ୍ଟିବା ପାଇଁ

            ହୃଦୟ ରେ....... ଅନ୍ତର ରେ.......

ରଙ୍ଗ ଫୁଲର...... ରଙ୍ଗୀନ ଓଢଣୀ ଭିତରେ

       ଛୁପିଥାଏ ଅତର ର..... ମହୁଲି ସୁବାସ

କେବଳ...... ସମର୍ପି ଦେବାକୁ.......

  ଖୁବ ଭାବ ପ୍ରବଣତାରେ.......

      ଉପହାର ର ବନ୍ଧନରେ..........

ଉପମା ର ..... ଅଦୃଶ୍ୟ ଶକ୍ତି.......

    ପହିଲି ଭେଟିର ମାଦକତାରେ

ଗୁନ୍ଥିଦିଏ ହାର ଟିଏ.........

           ଖୁବ ସଯତ୍ନ ରେ........

ସେଇ......

             "ଉପହାର" ଟିକୁ........।।


Rate this content
Log in

Similar oriya poem from Abstract