ସଦାବିହାରୀ !
ସଦାବିହାରୀ !
ସୃଷ୍ଟି ଏହାର କରିଛି ଧାତା
ଶୋଭିତ ବାର ମାସି,
ଫୁଲ ତାହାରି ଦିଶେ ସୁନ୍ଦର
ଶିବ ଶଙ୍କର ଖୁସି !!
ନାହିଁ ତା ଗନ୍ଧ ଗୁଣେ ଔଷଧ,
ସୌନ୍ଦର୍ଯ୍ୟ ଭରା ରଙ୍ଗ ବିବିଧ !
ଖରା ହେଉ ବା,ବରଷା ହେଉ
ଫୁଲ ସବୁ ଋତୁରେ,
ଆଠ ପ୍ରଜାତି, ଅଛି ଏହାର
ଦୁଇ ଜାତି ଦେଶରେ !!
ଜାମୁନି ରଙ୍ଗ ଧଳା ରଙ୍ଗର,
ଦେଶେ ପ୍ରଜାତି ଦୁଇ ପ୍ରକାର !
ଗୁଣ ଔଷଧ ଫୁଲ ପତ୍ରରେ
ଲାଭଦାୟକ ଅଟେ,
ଆୟୁର୍ବେଦର ଗୁଣ ରହିଛି
ରୋଗ ସଙ୍କଟ ତୁଟେ !
ଅର୍ଚ୍ଚନା ପୂଜା ହୁଏ ଫୁଲରେ,
ଶିବ ପ୍ରଶନ୍ନ ବାର ମାସିରେ !
ସୌନ୍ଦର୍ଯ୍ୟ ଦିଏ ସଦା ବାହାର
ଫୁଲ ଲେପ ଲେପନ
ମଧୁମେହ କୁ ଭଲଯେ କରେ
କଲେ ବ୍ୟକ୍ତି ସେବନ !!
ନିତି ପତ୍ରକୁ ଚୋବାଉ ଦିଅ
ରୋଗରୁ ନିଶ୍ଚେ ମୁକ୍ତି ହୁଅ !
ଉପଯୋଗୀ ଏ ଗଛ ମହତ୍ତ୍ଵ
ଦିବ୍ୟ ଗୁଣ ତାହରି,
ସୃଷ୍ଟିକର୍ତ୍ତା ଯେ ସୃଷ୍ଟି କରିଛି
ଗଛ ସଦାବିହାରୀ !
