ଜରେଇଛନ୍ତି ମୋ କାଳିଆ କାନ୍ହୁ
ଜରେଇଛନ୍ତି ମୋ କାଳିଆ କାନ୍ହୁ
ସହିପାରିଲନି ଗ୍ରୀଷମର ଜ୍ୱାଳା
ସ୍ନାନେ ସୁନା କୂଅ ଜଳ
ପଡ଼ିଲ ଜରରେ ଅଣସର ଘରେ
ମୋଦକ ଗୋ ଦଶମୂଳ
ଜଦି ବୁଟି ପଣା ପାଣି ମହୋଷଧି
ଶ୍ରୀଅଙ୍ଗେ ଫୁଲୁରି ତୈଳ
ସହିପାରିଲନି ଗ୍ରୀଷମର ଜ୍ୱାଳା
ସ୍ନାନେ ସୁନା କୂଅ ଜଳ......।
ଗୁଣ୍ଡିଚା ମାଆଙ୍କ ଆଖିରୁ ଝରିଲା
ନିରବଧି କେତେ ଲୁହ
ଜରେଇଛନ୍ତି ମୋ କାଳିଆ କାହ୍ନୁ ଲୋ
କେବେ ଭଲ ହେବେ କୁହ
ରାଜବୈଦ ସଙ୍ଗେ ଦଇତା ସେବକେ
ଆଣ ଚେରମୂଳି ଫଳ
ରାଜ ଆଜ୍ଞା ତୁମ ହୋଇଲେ ଅବଜ୍ଞା
ବସାଇବି ଆଜି ଶୂଳ
ସହିପାରିଲନି ଗ୍ରୀଷମର ଜ୍ୱାଳା
ସ୍ନାନେ ସୁନା କୂଅ ଜଳ........।
ଭଲ ହୋଇଗଲେ ମୋ ଜଗା କାଳିଆ
ବୁଝିବ ମାଆର ମନ
ଜଗତର ଦୁଃଖ କିଏ ଗୋ ଶୁଣିବ
ଜରରେ ପଡିଲେ ଧନ
ବୁଲିଯିବୁ ମୋର କାଇଁଚ ମାଳିଆ
ତୁ ପରା ଭକତ ବଳ
ସହିପାରିଲନି ଗ୍ରୀଷମର ଜ୍ୱାଳା
ସ୍ନାନେ ସୁନା କୂଅ ଜଳ...............।।
