STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ମହାଲକ୍ଷ୍ମୀ କାନ୍ଦୁଛନ୍ତି ବଡଦେଉଳେ

ମହାଲକ୍ଷ୍ମୀ କାନ୍ଦୁଛନ୍ତି ବଡଦେଉଳେ

1 min
9


ଶରଧା ବାଲିରେ ଭାବ ଭକ୍ତି ଉଛୁଳେ

ମହାଲକ୍ଷ୍ମୀ କାନ୍ଦୁଛନ୍ତି ବଡ ଦେଉଳେ।

ଜର ରୁ ଉଠିଲେ ପ୍ରଭୁ ରଥରେ ଗଲେ

ଭାଇ ଭଉଣୀଙ୍କୁ ତାଙ୍କ ସାଥିରେ ନେଲେ।

ଦିଦିନେ ଆସିବେ ଫେରି କହି ସେ ଥିଲେ

ପାଞ୍ଚ ଦିନ ବିତିଲାଣି ନଲେଉଟିଲେ ।୦!


ପାଞ୍ଚ ଦିନ ପାଞ୍ଚ ଯୁଗ ପରି ତାଙ୍କୁ ଲାଗୁଛି 

କେତେ ପାପ କଥା ତାଙ୍କ ମନକୁ ତ ଛୁଉଁଛି।

ଆଉକା ସାଥିରେ ମନ ବନ୍ଧା ପକାଇ

ଭୁଲିଗଲେ ତାଙ୍କୁ ସତେ କଳା କହ୍ନାଇ।

ପଡୁନାହିଁ ମନେ ତାଙ୍କ ଲକ୍ଷ୍ମୀ ଙ୍କ କଥା

ଏତେ ବଡ ଦେଉଳରେ ଅଛନ୍ତି ଏକା।

ବିହି ଲେଖି ଅଛି ସତେ ଦୁଃଖ କପାଳେ

କିଏ ହେବ ସାହା ତାଙ୍କୁ ଆସି ଏ ବେଳେ।୧!


ଖାଲି ଖାଲି ଶ୍ରୀମନ୍ଦିର ନାହିଁ ଭକ୍ତ ଗହଳ

ଜୟ ଜୟ ଜଗନ୍ନାଥ ପଡୁନାହିଁ ଚହଳ ।

ବାଟ ଚାହିଁ ବସିଛନ୍ତି ସିନ୍ଧୁ ନନ୍ଦିନୀ 

କାଳ ଅବା କରି ଦେଲା ତାଙ୍କୁ ବନ୍ଦିନୀ ।

ପ୍ରଭୁ କାହୁଁ ବୁଝିବେ ବା ବିରହୀ ଜ୍ବଳା 

ନବରଙ୍ଗ କରନ୍ତି ସେ ଲଗାଇ ଲୀଳା।

ମାଆଙ୍କ ମନ ଗହନେ ନିଆଁ ଯେ ଜଳେ

ଅବିରତ ଆଖି ତାଙ୍କ ଲୋତକ ଢାଳେ!୨!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract