Lata Behera

Abstract

4  

Lata Behera

Abstract

ହେବା ସାହସୀ

ହେବା ସାହସୀ

1 min
5



ହେବା ସାହସୀ ଭାରତବାସୀ

    ଯିବାନି ଆମେ ଡରି

ଆଖିରେ ଆମ ଭରା ସପନ 

    ରହିଛି ଅସୁମାରୀ ।


ପରାଧୀନରୁ ହେଇଛୁ ମୁକ୍ତ 

   ସ୍ବାଧୀନ ଆମ ଜାରି

ଅନ୍ୟାୟ ପାଖେ ନଇଁନୁ ମଥା

   ଯାଇନୁ ଆମେ ହାରି ।


ଚିର ଜାଗ୍ରତ ଆମେ ସୈନିକ 

   କମାଣ ଅଛୁ ଧରି

ଲଙ୍ଘିରେ ଯିବୁ ସାତ ସାଗର

   ଲଢିବୁ ବୀର ପରି ।


ଦେଶର ପାଇଁ ଜୀବନ ଦେବୁ

    ସ୍ବାର୍ଥକୁ ବଳି କରି

ସବୁରି ଓଠେ ଭରିବୁ ହସ

   ଦୁଃଖକୁ ଦେବୁ ମାରି ।


ସତ୍ୟ ଧରମ ନ୍ୟାୟରେ ଥିବୁ

   ଯିବୁ ସଂଘର୍ଷ କରି

ମରିବୁ ପଛେ ନଇଁବୁ ନାହିଁ 

   ମରିବୁ ବୀର ପରି ।


ହଟାଇ ଦେବୁ ପେଟ ଅଭାବ

   ଯିବୁରେ ଚାଷ କରି

ବାର ମାସର ଆହାର ଆମ

   ଘରେ ରହିବ ପୂରି ।


ଆକାଶେ ଉଡୁ ଜଳରେ ବୁଡୁ

  ରହୁ ନିର୍ଭୀକ ପରି

ପଛଘୁଞ୍ଚା ଦେଇ ଶିଖିନୁ

  ରହିଛୁ ସିଂହ ପରି ।


ସ୍ନେହ ମମତା ବାଣ୍ଟି ଚାଲିକୁ

   ଓଠରେ ହସ ଭରି

ହସି ହସାଇ ଯିବୁ ଆଗେଇ

   ହୃଦୟେ ଘର କରି ।


ସବୁରି ମନ ଜିତିକୁ ଆମେ

   ଅହଂକାରକୁ ମାରି

ରଖିବୁ ଯଶ ମାତା ସମ୍ମାନ

   ଶପଥ ଅଛୁ କରି ।


ବହିଛି ଏଠି ରକ୍ତ ନଦୀ

   ଯାଇନି ସିଏ ହାରି

ସାହସୀ ଆମେ ଭାରତବାସୀ 

   ବଞ୍ଚିବୁ ବୀର ପରି ।



Rate this content
Log in

Similar oriya poem from Abstract