Lata Behera

Abstract

4  

Lata Behera

Abstract

ଧର୍ମଭୂମି

ଧର୍ମଭୂମି

1 min
5



ଧର୍ମ ଭୂମି ଆମ ଏ ଭାରତ ବର୍ଷ 

    ଏଇ ଆମ କର୍ମଭୂମି

ଏଇଠି ଜନମ ଏଇଠି ମରଣ

    ଇଏ ଆମ ମାତୃଭୂମି ।


ସୌନ୍ଦର୍ଯ୍ଯରେ ଭରା ଚାରୁ ଚିତ୍ରକଳା

    ଏଇ ଆମ ଦେବ ଭୂମି

ତ୍ରିରଙ୍ଗା ପତାକା ଉଡେ ଫରଫର

   ଇଏ ଆମ ବୀରଭୂମି ।


ସତ୍ୟ ଧର୍ମ ନ୍ୟାୟ ପ୍ରତିଷ୍ଠା ଏଇଠି

   ଏଇ ଅଟେ ପୁଣ୍ୟ ଭୂମି

ସବୁଜ ଶ୍ୟାମଳେ ହସୁଥାଏ ଧରା

   ଏଇ ତୀର୍ଥ ବନଭୂମି ।


ପତିତପାବନି ପୂଣ୍ୟତୋୟା ଗଙ୍ଗା

     ଏଇତ ସରଗଭୂମି

ହିମାଳୟ ଠାରୁ କନ୍ୟା କୁମାରୀ ଏ

   ଯଶ କୀର୍ତ୍ତି ତପୋଭୂମି ।


ଅବତାର ନେଲେ ସ୍ବୟଂ ନାରାୟଣ 

   ଏଇତ ମରତଭୁମି

ମହାଭାରତର ଧର୍ମ ଯୁଦ୍ଧ କଲେ

   ନିଜେ ପ୍ରଭୁ ଅନ୍ତର୍ଯ୍ୟାମୀ ।


ସବୁ ଧର୍ମର ତ ସମନ୍ବୟ ଏଠି

    ସବୁ ମନ ଯାଏ ଝୁମି

ପୁଣ୍ୟ କ୍ଷେତ୍ର ଏଇ ଭାରତ ବର୍ଷ ମୋ

   ଏଇ ଅଟେ ଧର୍ମ ଭୂମି ।


ଯୁଗ ଯୁଗ ପାଇଁ ଧର୍ମର ପ୍ରଭାବ

   ରହିଛି ଏ ମର୍ତ୍ତ୍ୟଭୂମି

ଧର୍ମ ସଂସ୍ଥାପନା କରିଥାନ୍ତି ପ୍ରଭୁ

    ଏଇ ଆମ ଆର୍ଯ୍ୟଭୂମି ।



Rate this content
Log in

Similar oriya poem from Abstract