ହଜିଲା ଦିନ ସ୍ମତିରୁ ପଦେ
ହଜିଲା ଦିନ ସ୍ମତିରୁ ପଦେ
ହଜିଲା ଦିନର ସ୍ମୁତି କବିତାରେ
ମାଇପି କାନ୍ଦଣା ଗୀତ
ଆଣିଛି ସାଉଣ୍ଟି ସାହିତ୍ୟ ସଂସଦ
ମନଟି ଲାଗେ ଉସତ ।
ଅତୀତ କାଳରେ ଝିଅ ବିଭା ବେଳେ
କାନ୍ଦଣା ହୁଏ ନିସୃତ
ନିର୍ବନ୍ଧ ପଡିବା ଦିନଠୁ
କାନ୍ଦଣା
ସୁଅଟି ଛୁଟି ଥାଏ ତ ।
କେତେ ଯେ ବାହୁନି କାନ୍ଦୁଥାଏ ଝିଅ
ମାଆଟି ହୁଏ ଚିନ୍ତିତ
ଯେତେ ବୁଝେଇଲେ ବୁଝେନି ତା ମନ
ଲୁହ ଝରେ ଅବିରତ ।
ସାଙ୍ଗ ସାଥି ଛାଡି ଯିବା କଥା ଭାବି
ମନଟି ହୁଏ ବ୍ୟଥିତ
ବୁଝାନ୍ତି ନୟନରୁ ଅଶ୍ରୁ ବାରି ପୋଛି
କରି ତାକୁ କୋଳାଗ୍ରତ ।
ଆଈମା ମାଉସୀ ଖୁଡି ସାଙ୍ଗ ପାଖୁ
ଶିଖି ସେ କାନ୍ଦଣା ଗୀତ
ଘୋଷି ତାକୁ ସିଏ ମନେ ରଖି କାନ୍ଦେ
ବିବାହର ଉପଗତ ।
ଗାଆଁ ମୁଣ୍ଡେ ବର ଉପସ୍ଥିତ ହେଲେ
କନିଆଁ କାନ୍ଦଣା ଗୀତ
ସେ ଗୀତ ଏମିତି ଟିକେ ଲାଜ ଲାଗେ
ଖୁସିଟି ଥାଏ ବହୁତ ।
ଅଢେଇ ଖୋଳିର ବାଟ ବରଣୀରେ
ଶଳା ଧରେ ବର ହାତ
ଟାହି ଟାପରାର ସେ କାନ୍ଦଣା ଗୀତ
ହୃଦୟ ଛୁଅଁଇ ସେତ ।
ବାଡୁଆ ପାଣିରେ ଗାଧୋଇଲା ବେଳେ
ନିଆରା ଥାଏ ସେ ଗୀତ
ବେଦୀକୁ ଯିବାରେ ସେ କାନ୍ଦଣା ଗୀତ
ଲାଗେ ଭାରି ଅଭିଭୂତ ।
ବେଦୀରେ ବସିଲେ ବରର ହାତରେ
ରଖି ଦିଏ ଯେବେ ହାତ
କହି ତ ହୁଏନି ସେ ଦୁଃଖ କାନ୍ଦଣା
ସେଇ ହାତଗଣ୍ଠି ଗୀତ ।
ଝିଅ ବିଦାବେଳେ ପରବାରବର୍ଗେ
ଛୁଟେ କାନ୍ଦଣା ସୁଅ ତ
ଦେଖିବାକୁ କେତେ ଅଧୈର୍ଯ୍ୟ ଝିଅଟି
ହୁଏ ସେ ଅଣଆୟତ୍ତ ।
ମାଇପିମାନଙ୍କ ବାହୁନା କାନ୍ଦଣା
ଗୀତ ମନେ ଭରେ କ୍ଷତ
ଟଣା ଓଟରାରେ ଝିଅ କାନ୍ଦୁଥାଏ
ଦେଖି ସହି ହୁଏନି ତ ।
ଏବେ ସେ କାନ୍ଦଣା ଗୀତ ଆଉ ନାହିଁ
ହୋଉଅଛି ଲୁକାୟିତ
ଜଗନ୍ନାଥ ଆମ ସାହିତ୍ୟ ସଂସଦ
କରୁଅଛି ଲୋକାର୍ପିତ ।
--------
କାନ୍ଦଣା ଗୀତ :-
କାଠିଆ କଦଳୀ ଫେଣାରେ ନାଚେ, ବାପା
ତୁମ କଥା ମୋର ନେତ୍ରରେ ନାଚେ, ବାପା
କାଠିଆ କଦଳୀ ପାଚି ରହିଲା, ମାଆ
ମୋ କୁଲା ଟୋକେଇ ଘରେ ରହିଲା , ମାଆ ।
ହାତୀ ଅଳି କରେ ଖାଇବା ପାଇଁ, ମାଆ
ମୁଁ ଅଳି କରୁଛି ରହିବା ପାଇଁ, ମାଆ
କେତେ ଅଳି ଅଳେ ବଢେଇ ଥିଲ , ବାପା
ପରକରି ମୋତେ ଘରୁ ତଡିଲ , ବାପା ।
ଆହୁରି ଅଛି :-
